କେନ୍ଦ୍ରରେ ମୋଦି ସରକାରଙ୍କ ୩ ବର୍ଷ ! ଧର୍ମେନ୍ଦ୍ର ଦେଲେ ଓଡିଶାକୁ ମୋଦିଙ୍କ ଅବଦାନର ତାଲିକା

18

କନକ ବ୍ୟୁରୋ : କେନ୍ଦ୍ରରେ ମୋଦି ସରକାରଙ୍କ ୩ ବର୍ଷ ପୂର୍ତିରେ ଓଡିଶାକୁ ବିକାଶର ବାଟ ଦେଖାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ନ୍ୟୁ ଇଣ୍ଡିଆରେ ସ୍ୱପ୍ନର ନ୍ୟୁ ଓଡିଶା କିଭଳି ହେବା ଦରକାର ବିଜେଡି ସରକାରଙ୍କୁ ଦେଲେ ପରାମର୍ଶ । ପ୍ରାକୃତିକ ସମ୍ବଳରେ ଭରପୁର ଓଡିଶା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶ ପ୍ରକ୍ରିୟାରେ ସାମିଲ ହେବା ପାଇଁ ହକଦାର ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ମୋଦିଙ୍କ କଳ୍ପନାର ଭାରତ, ଯୁବକମାନଙ୍କର । ତେଣୁ ସରକାରୀ ସହାୟତା ଅପେକ୍ଷା ସେମାନଙ୍କୁ ଆବଶ୍ୟକ ସୁଯୋଗ ଯୋଗାଇ ଦେଲେ ସଂଘର୍ଷ କରି ସେମାନେ ନିଜ ଭବିଷ୍ୟତ ଗଢିବା ପାଇଁ ସକ୍ଷମ ବୋଲି ସେ ଟିପ୍ପଣୀ କରିଛନ୍ତି ।