ମହାନଦୀ ମହାଲଢେଇ ! ମହାନଦୀ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କଲେ ଧର୍ମେନ୍ଦ୍ର

32

କନକ ବ୍ୟୁରୋ : ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖା ପ୍ରସଙ୍ଗରେ ନବୀନଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ଶବ୍ଦ ବ୍ୟବହାର କରି ପ୍ରହେଳିକା ସୃଷ୍ଟି କରୁଛନ୍ତି । ନିଜ ଦୋଷ ଦୂର୍ବଳତା ଲୁଚାଇବାକୁ ଯାଇ ନବୀନ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ।

ମୁଖ୍ୟମନ୍ତ୍ରୀ ୬ମାସ ମଧ୍ୟରେ ଅନେକ ଥର ଦିଲ୍ଲୀ ଯାଇଛନ୍ତି । କିନ୍ତୁ ଥରେ ହେଲେ ବି ପ୍ରଧାନମନ୍ତ୍ରୀଙ୍କ ସହ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିନାହାଁନ୍ତି । ରାଜନୀତି କରି ମୁଖ୍ୟମନ୍ତ୍ରୀ ଓଡିଶାର କ୍ଷତି କରୁଛନ୍ତି । ଗତକାଲି ବୁଝାମଣା କମିଟି ଗଠନ ପ୍ରସ୍ତାବକୁ ଅଗ୍ରାହ୍ୟ କରି ନବୀନ ମୋଦିଙ୍କୁ ଚିଠି ଲେଖିଥିଲେ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :