ଲିଭର୍ ଫେଲ୍ କରିପାରେ ଜଣ୍ଡିସ ବଟିକା ! ବିଶେଷଜ୍ଞଙ୍କ ଚେତାବନୀ

29

ସାଧାରଣତଃ ହେପାଟାଇସ-ସି ବା ଜଣ୍ଡିସ ଭଳି ସମସ୍ୟାର ଚିକିତ୍ସା ପାଇଁ ବ୍ୟବହୃତ ତଥା ସ୍ୱୀକୃତି ପ୍ରାପ୍ତ ଔଷଧଗୁଡିକ ସ୍ୱାସ୍ଥ୍ୟ ପ୍ରତି ଯେତେ ଉପକାରୀ ହୋଇଥାଏ । ଏହାର ଅତି ମାତ୍ରାର ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।  ଅର୍ଥାତ ଏହାର ପ୍ରଭାବ ଯେ କେବଳ ଲିଭର ଫେଲ କରିଥାଏ ତାହା ନୁହେଁ ଏଥିସହ ଏହା ଯୋଗୁଁ ମଧ୍ୟ ଶରୀରରେ ଅନେକ ପ୍ରକାରର ସାଇଡ୍ ଇଫେକ୍ଟ ମଧ୍ୟ ଦେଖା ଦେଇଥାଏ । ତେବେ ଏହି ବାବଦରେ ନିକଟରେ ଆସିଥିବା ଏକ ନୂଆ ରିପୋର୍ଟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହି ରିପୋର୍ଟର ନିଷ୍କର୍ସ ଆମେରିକାର ଖାଦ୍ୟ ମନ୍ତ୍ରାଳୟର ଡାଟାବେସ୍ ଉପରେ ଆଧାରିତ ।

ମିଳିଥିବା ଏହି ରିପୋର୍ଟରେ ବିଶ୍ୱରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟତଃ ୯ ପ୍ରକାରର ଔଷଧ ସଂପର୍କରେ ଉର୍ଦ୍ଦିଷ୍ଟ ଥିବାବେଳେ ଆଂଟି- ବାୟରଲ ଔଷଧଗୁଡିକ ମଧ୍ୟ ଏଥିରେ ସାମିଲ କରାଯାଇଛି । ଯାହା ବିଷୟରେ ଦାବି କରାଯାଇପାରିବ କି ସେଗୁଡିକ ଜଣ୍ଡିସ ଭଳି ବଡ ସମସ୍ୟାକୁ ବଢିବାରେ ରୋକିଥାଏ ସତ  ମାତ୍ର ଡାକ୍ତରଙ୍କ କହିବାନୁସାରେ ଏଥିରେ ମଧ୍ୟ କିଛି ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇ ନଥାଏ ।

ତେବେ ନ୍ୟୁୟର୍କ ସ୍ଥିତ ସେଂଟର ଫର୍ ଲିଭର ଡିଜିଜ୍ ଆଣ୍ଡ୍ ଟ୍ରାନ୍ସପ୍ଲାଂଟସନର ନିର୍ଦ୍ଦେଶକଙ୍କ ମତାନୁସାରେ ‘ଏହି ଔଷଧମାନଙ୍କରେ ଅନେକ ଭିନ୍ନ ସମସ୍ୟା ମଧ୍ୟ ରହିଥାଇପାରେ ଯାହା ସଂପର୍କରେ ବିସ୍ତାର ଭାବରେ ଯାଂଚ କରାଯିବା ଉଚିତ । ‘ ସେ ଆଉ ମଧ୍ୟ କହିଛନ୍ତି –‘ଆମକୁ ଏହି ରିପୋର୍ଟ ଉପରେ ଅଧିକ ଉପେକ୍ଷା ନ କରି ରୋଗୀଙ୍କଠାରୁ ଏହାର ବିପଦରୁ ମୁକ୍ତି ପାଇବା ସଂପର୍କରେ ଜାଣିବା ଦରକାର ।’