ଓଡିଶାର ବନ୍ୟାଞ୍ଚଳ ଚିହ୍ନଟ କଲା ଇସ୍ରୋ। ବିପତ୍ତି ଅଞ୍ଚଳର ଚିହ୍ନଟ ଓ ମୁକାବିଲାରେ ହେବ ସହାୟକ। ସ୍ୱତନ୍ତ୍ର ‘ଆଟଲାସ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

320

କନକ ବ୍ୟୁରୋ: ଓଡିଶାର ବାତ୍ୟା ପ୍ରଭାବିତ ଅଂଚଳ ଚିହ୍ନଟ କଲା ଇସ୍ରୋ । ଓସଡମା ଏବଂ ଇସ୍ରୋର ନ୍ୟାସନାଲ ରିମୋଟ ସୋନସିଂ ସେଂଟର ଏକ ସ୍ୱତନ୍ତ୍ର ଆଟଲାସ ପ୍ରସ୍ତୁତ କରିଛନ୍ତି । ଆଜି ରାଜ୍ୟ ସଚିବାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଏକ ନିୟମିତ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବନ୍ୟା ପ୍ରତିବର୍ଷ ଅନେକ କ୍ଷୟକ୍ଷତି କରୁଛି । ଏହି ଆଟଲାସ ଦ୍ୱାରା ରାଜ୍ୟର ସ୍ୱତନ୍ତ୍ର ବିପତି ଅଂଚଳଗୁଡିକୁ ଚିହ୍ନଟ କରାଯାଇ ମୁକାବିଲା ପାଇଁ ଆବଶ୍ୟକ ଯୋଜନା ଓ ପ୍ରସ୍ତୁତି କରାଯାଇ ପାରିବ ।

୨୦୦୦-୨୦୧୮ ପର୍ଯ୍ୟନ୍ତ ଓଡିଶାରେ ହୋଇଥିବା ବନ୍ୟା ସଂପର୍କିତ ବିଭିନ୍ନ ତଥ୍ୟର ଅନୁଶୀଳନ କରାଯାଇ ଏହି ଆଟଲାସ ପ୍ରସ୍ତୁତ କରାଯାଇଛି । ଏଥିରୁ ଜଣାପଡିଛି ଯେ, ବର୍ଷକୁ ରାଜ୍ୟର ପ୍ରାୟ ୧୪ ଲ୭ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । ଆଟଲାସ ସହାୟତାରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଅଂଚଳ ପ୍ରତି ସୂତନ୍ତ୍ର ଧାନ ଦିଆଯାଇପାରିବ ବୋଲି ସୂଚନା ଦିଆଯାଇଛି । ଇସ୍ତୋର ଏବଂ ଓଏସଡିଏମଏର ମିଳିତ ସହାୟତାରେ ଏହାକୁ ପ୍ରସ୍ତୁତ କରାଯାଇଛି ।