ଦେଶରୁ ମଦ ନିଷିଦ୍ଧ ହେବ କେବେ ? ମଦ ବିରୋଧରେ ଭୁବନେଶ୍ୱରରେ ଜାତୀୟ ସମ୍ମିଳନୀ, ମଙ୍ଗଳବାର ଲୋଏର ପିଏମଜିରେ ହେବ ବଡ ସମାବେଶ

68

କନକ ବ୍ୟୁରୋ : ମଦମୁକ୍ତ ଭାରତ ଗଠନ ପାଇଁ ଦୁଇ ଦିନିଆ ଜାତୀୟ ଅଧିବେଶନ ସୋମବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ମଦ ବିରୋଧରେ କାର୍ଯ୍ୟ କରୁଥିବା ୫୦ରୁ ଅଧିକ ସାମାଜିକ ସଂଗଠନର ପ୍ରତିନିଧି ଯୋଗ ଦେଇଛନ୍ତି । ମଦ ଯୋଗୁଁ ସାମାଜିକ କ୍ଷତି ଚରମ ସୀମାରେ ପହଂଚିଥିବାରୁ ସରକାର ତୁରନ୍ତ ଦେଶବ୍ୟାପୀ ମଦକୁ ନିଷିଧ କରନ୍ତୁ ବୋଲି ବିଶିଷ୍ଟ ସାମାଜିକ କର୍ମୀମାନେ ଦାବି କରିଛନ୍ତି ।

ଜାତୀୟ ରାଜପଥ କଡ଼ରୁ ମଦ ଦୋକାନ ହଟାଇବା ପାଇଁ ସୁପ୍ରିମକୋର୍ଟରେ ମାମଲା କରିଥିବା ଛତିଶଗଡ଼ର ସାମାଜିକ କର୍ମୀ ମମତା ଶର୍ମା ସରକାରଙ୍କ ଆନ୍ତରିକତାହୀନ ପଦକ୍ଷେପକୁ ସମାଲୋଚନା କରିଛନ୍ତି । ସେହିଭଳି ହାଇଦ୍ରାବାଦର ଚେତନା ଶ୍ରବନ୍ତୀ ସଭାନେତ୍ରୀ ଡକ୍ଟର ଏସ୍ ରେହମାନ କହିଛନ୍ତି, ମଦକୁ ଦେଶରୁ ନିଷିଦ୍ଧ କରିବା ପରିବର୍ତ୍ତେ ସୁପ୍ରିମକୋର୍ଟ ଯେଉଁଭଳି ଭାବେ ୧ ଲକ୍ଷ ଟଭ୍କାର ଜୋରିମାନା ପକାଇଛନ୍ତି ତାହାର ପୁର୍ନବିଚାର ପାଇଁ ସେମାନେ ପୁଣିଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ସେହିଭଳି କିଛି ଗୃହଣୀ ମଦକୁ ନେଇ କହିଛନ୍ତି ଯେ, ଯେଉଁମାନେ ମଦ ପିଉଛନ୍ତି ତାଙ୍କ ଅପେକ୍ଷା ଅନ୍ୟ ମାନେ ଅଧିକ ପ୍ରଭାବିତ ହେଉଛନ୍ତି । ତେଣୁ ମଦ ଦେଶରୁ ନିଷିଦ୍ଧ ହେବା ନିହାତି ଆବଶ୍ୟକ ।ମଙ୍ଗଳବାର ଏ ନେଇ ଭୁବନେଶ୍ୱର ଲୋଏର ପିଏମଜିରେ ଏକ ବିରାଟ ସମ୍ମିଳନୀ ହେବାର କାର୍ଯ୍ୟକ୍ରମ ରହିଛି ।