ଡିୟୁ : ବୀର ସାବରକର୍ ଙ୍କ ମୂର୍ତ୍ତିରେ କଳା ବୋଳିବା ସହ ଜୋତାମାଳ ପିନ୍ଧାଇଲା ଏନଏସୟୁଆଇ ! ରାତିରେ ସ୍ଥାପନ କରାଯାଇଥିଲା ମୂର୍ତ୍ତି ।

191

ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ରେ ରାତାରାତି ବୀର ସାବରକର୍ ,ସୁଭାଷ ଚନ୍ଦ୍ର ବୋଷ ଏବଂ ଭଗତ୍ ସିଂହଙ୍କ ମୂର୍ତ୍ତିକୁ ସ୍ଥାପିତ କରାଗଲା । ଅଧ୍ୟକ୍ଷ ଶକ୍ତି ସିଂହ ସୋମବାର ରାତ୍ରିରେ ଏହି ମୂର୍ତ୍ତି ସ୍ଥାପନ କରିଥିଲେ । ବର୍ତ୍ତମାନ ଏନଏସୟୁଆଇ ଏହାର ବିରୋଧ କରି ବୀର ସାବରକର୍ ଙ୍କ ମୂର୍ତ୍ତିରେ ଜୋତାମାଳ ପିନ୍ଧାଇବା ସହ ମୂର୍ତ୍ତି ମୁହଁରେ କଳା ବୋଳି ଥିଲେ । ପ୍ରଶାସନର ବିନା ଅନୁମତିରେ ଏବିବିପି ଏଠାରେ ମୂର୍ତ୍ତି ସ୍ଥାପନ କରିଥିଲା । ଏହା ଉପରେ ଏନଏସୟୁଆଇର ରାଷ୍ଟ୍ରୀୟ ସଚିବ ସାଏମନ୍ ଫାରୁକି କହିଛନ୍ତି , ଏବିବିପି ସବୁବେଳେ ସାବରକର୍ ଙ୍କୁ ନିଜ ଗୁରୁ ମାନି ଆସିଛି । ଇଂରେଜ ସରକାରଙ୍କ ଆଗରେ ଭିକ ମାଗିବା ପରେ ମଧ୍ୟ ଏବିବିପି ଏହି ବିଚାରଧାରାକୁ ଗୁରୁତ୍ୱ ଦେଉଛି । ଭାରତ ଛାଡ ଆନ୍ଦୋଳନ ଏବଂ ସମ୍ବିଧାନର ବିରୋଧ କରି ଯେ ତ୍ରିରଙ୍ଗା ଧରିବା ପାଇଁ ମନା କରିଥିଲେ । ମନୁସ୍ମୃତି ଏବଂ ହିନ୍ଦୁ ରାଷ୍ଟ୍ର ପାଇଁ ଯେ ଅଡିବସିଥିଲେ ସେ ହେଉଛନ୍ତି ବୀର ସାବରକର୍ ।

ଫାରୁକିଙ୍କ କହିବାନୁସାରେ , ସାବରକର୍ ଙ୍କ ତୁଳନା ସହିଦ୍ ଭଗତ୍ ସିଂହ ଏବଂ ସୁଭାଷ୍ ଚନ୍ଦ୍ର ବୋଷଙ୍କ ସହ କରିବା ସହିଦ୍ ଏବଂ ତାଙ୍କ ସ୍ୱାଧିନତା ସଂଗ୍ରାମର ଅପମାନ କରିବା ଭଳି ହେବ । ଅନ୍ୟପକ୍ଷରେ ଡୁସୁ ଅଧ୍ୟକ୍ଷ ଶକ୍ତି ସିଂହଙ୍କ କହିବାନୁସାରେ ମୂର୍ତ୍ତି ସ୍ଥାପନ କରିବା ପାଇଁ ଡିୟୁ ପ୍ରଶାସନକୁ ଅନେକ ଥର କୁହାଯାଇଛି କିନ୍ତୁ ଏହାକୁ ଅଣଦେଖା କରାଯାଇଛି ।