ମଉଜ କରୁଛି ନା ମୃତ୍ୟୁକୁ ବଂଚୁଛି ! କେଉଁଠି ଅଛି ନର୍ଭୟା ଗଣଦୁଷ୍କର୍ମ ମାମଲାର ନାବାଳକ ଅଭିଯୁକ୍ତ

20

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଜଣ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ତେବେ ଏହି ମାମଲାରେ ଦୋଷୀ ଥିଲେ ୬ଜଣ । ସେମାନଙ୍କ ମଧ୍ୟରୁ ରାମ ସିଂହ ଜେଲ୍ ଭିତରେ କରିଥିଲେ ଆତ୍ମହତ୍ୟା । ହେଲେ ନାବାଳକ ହେବା କାରଣରୁ ମୁଖ୍ୟ ଅଭିଯୁକ୍ତକୁ ଜୁଭେନାଇଲ ଆକ୍ଟ ଆଧାରରେ ବାଳ ସୁଧାର ଗୃହରେ ୩ବର୍ଷ ରଖିବା ପରେ ମୁକ୍ତ କରାଯାଇଥିଲା । ହେଲେ ମୁକ୍ତ ହେବା ପରେ ଏବେ କଣ କରୁଛି ଏହି ନାବାଳକ ଜଣକ ।

ଜଣାଶୁଣା ରେସ୍ତୋରାଁରେ ଅଛି ରୋଷେୟା : 

ନିର୍ଭୟା ଗଣଦୁଷ୍କର୍ମ ମାମଲାର ନାବାଳିକ ଅଭିଯୁକ୍ତର ବୟସ ଏବେ ୨୩ ବର୍ଷ । ନାବାଳକକୁ ୨୦୧୫ ଡିସେମ୍ବର ୨୦ରେ ଛଡ଼ା ଯାଇଥିଲା । ଯେଉଁଦିନ ତାକୁ ବାଳ ସୁଧାର ଗୃହରୁ ଛଡ଼ାଗଲା ସେଦିନ ବହୁ ସଂଖ୍ୟାରେ ଲୋକ ତା ତଲାସରେ ଥିଲେ। ଏହାକୁ ଦୃଷ୍ଟିରେ ରଖି ପୋଲିସ କଡ଼ା ସୁରକ୍ଷା ବଳୟରେ ଏକ ଗୋପନୀୟ ଜାଗାରେ ନାବାଳକକୁ ରଖିଥିଲା । ଏହା ପରେ ଏକ ଏନଜିଓ ନାବାଳକକୁ ତାଙ୍କ ପାଖରେ ରଖିଥିଲେ । ଏବେ ଦକ୍ଷିଣ ଭାରତର ଏକ ରେସ୍ତୋରାଁରେ ଅଭିଯୁକ୍ତକୁ ରୋଷେୟା କାମରେ ଲଗାଯାଇଛି । ଏହି ନାବାଳକ ବିଷୟରେ କାହାରି ପାଖରେ କୌଣସି ସୂଚନା ନାହିଁ ।

ନାବାଳକର ପୁର୍ନବାସ ପ୍ରକ୍ରିୟାରେ ସାମିଲ ଜଣେ ଅଫିସର କହିଛନ୍ତି ଯେ ନାବାଳକ ଅଭିଯୁକ୍ତ ମନରେ ଏହି ଭୟ ସର୍ବଦା ଥିଲା ଯେ ତାକୁ କିଏ ମାରି ଦେବ । ତାକୁ ସୁରକ୍ଷା ଦେବା ଆମର କାମ । ଏଥିପାଇଁ ତାକୁ ଦକ୍ଷିଣ ଭାରତକୁ ସ୍ଥାନାନ୍ତର କରାଗଲା । ସେ ଏବେ ଏକ ଜଣାଶୁଣା ରେସ୍ତୋରାଁରେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଛି । ଯେଉଁ ବ୍ୟକ୍ତି ତାଙ୍କୁ କାମ ଦେଇଛନ୍ତି, ତାଙ୍କୁ ମଧ୍ୟ ଏହି ନାବାଳକ ଅଭିଯୁକ୍ତର କୌଣସି ସୂଚନା କିମ୍ବା ପରିଚୟ ଦିଆଯାଇନାହିଁ ।

ଏହା ସହ ପଢନ୍ତୁ ହ୍ୱାଟ୍ସଆପ୍ ମେସେଜ୍ ପଢିବା ପରେ ବି ଦେଖାଯିବନି ନୀଳ ଟିକ୍ ! ଜାଣନ୍ତୁ କେମିତି . .