ଡିଡିସିଏର ଛବି ଖରାପ କରିବାକୁ ଉଦ୍ୟମ କରିବା ମାମଲା ! ଜୋରିମାନା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

63

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ପୂର୍ବତନ କ୍ରିକେଟର କୀର୍ତି ଆଜାଦଙ୍କୁ ଜୋରିମାନା । କେଜରିୱାଲଙ୍କୁ ୧୦ ହଜାର ଓ କୀର୍ତିଙ୍କୁ ୩୦ ହଜାର ଟଙ୍କାର ଜୋରିମାନା ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ କ୍ରିକେଟ୍ ଆସୋସିଏସନ୍ ଉଭୟଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲା ।

ମାମଲାର ଶୁଣାଣି ବେଳେ କେଜରିୱାଲ ଓ କୀର୍ତି ଆଜାଦଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ଦାଖଲ ନକରିବାରୁ କୋର୍ଟ ଉଭୟଙ୍କୁ ଜୋରିମାନା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଡିଡିସିଏର ଛବି ଖରାପ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଗତ ବର୍ଷ ଜାନୁଆରୀରେ ଏହି ମାନହାନୀ ମାମଲା ହୋଇଥିଲା ।