କ୍ୟାପିଟାଲ ହସ୍ପିଟାଲରେ ଦଲାଲରାଜ୍ ! ନିରୀହ ରୋଗୀଙ୍କୁ ଲୁଟିବାକୁ ମାଷ୍ଟରପ୍ଲାନ୍

45

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ଦଲାଲରାଜ୍ । ନିରୀହ ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟିବାକୁ ମାଷ୍ଟରପ୍ଲାନ୍ । ଆଉ ଦଲାଲଙ୍କ ଲୁଟ୍ କରିବାର ଫଣ୍ଡା ବି ଅଲଗା । ମିଠାମିଠା କଥା କହି ରୋଗୀଙ୍କୁ କରନ୍ତି ବାଟବଣା । ମାନେ ସରକାରୀ ହସପିଟାଲରୁ ପଠାନ୍ତି ପ୍ରାଇଭେଟ୍ ହସ୍ପିଟାଲ୍ । ଆଉ ସେଥିପାଇଁ ହସ୍ପିଟାଲ କତୃପକ୍ଷ ଦିଅନ୍ତି ମୋଟା ଅଙ୍କର ଟଙ୍କା ।

ଚିରଞ୍ଜିତ ରାଉତ୍ ,ଦିପ୍ତି ରଞ୍ଜନ ସ୍ୱାଇଁ ଏବଂ ପପୁ ଜେନା । ଏହି ୩ ଦଲାଲଙ୍କ କାରନାମା ଶୁଣିଲେ ଆପଣବି ତାଜୁବ ହୋଇଯିବେ । ସକାଳ ସମୟରୁ ଏମାନେ ପଂହଚି ଯାଆନ୍ତି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ । ହସ୍ପିଟାଲକୁ ଆସୁଥିବା ନିରୀହ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଲୁଟିବା ପାଇଁ ଆରମ୍ଭ କରି ଦିଅନ୍ତି ମାଷ୍ଟର ପ୍ଲାନ୍ । ସେ ଗାଁ ଗହଳି ହେଉ ଅବା ସଦରର ରୋଗୀ କାହାରିକୁ ବି ଟୋପି ପିନ୍ଧାଇବାକୁ ପଛାନ୍ତିନି ଏହି ଦଲାଲ ମାନେ । ଶସ୍ତାରେ ଭଲ ସେବା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ, ଗରିବ ରୋଗୀକୁ ପଠାଇ ଦିଅନ୍ତି ଷ୍ଟାର ହସ୍ପିଟାଲକୁ । ଆଉ ସେଥିପାଇଁ ହସ୍ପିଟାଲ କତୃପକ୍ଷବି ମୋଟା ଅଙ୍କର ଟଙ୍କା ଦିଅନ୍ତି ।

ରୋଗୀଙ୍କୁ ଠିକଣାରେ ପହଂଚାଇବାକୁ, ପ୍ରସ୍ତୁତ ଥାଏ ଘରୋଇ ଆମ୍ବୁଲାନ୍ସ । ରୋଗୀଙ୍କ ସକ୍ଷମତାକୁ ନଜିରରେ ରଖି ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଏ । ରୋଗୀକୁ କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ହସ୍ପିଟାଲ ପହଂଚିବା ପର୍ଯ୍ୟନ୍ତ ଯୋଗାଯୋଗରେ ରହିଥାଏ ଦଲାଲ । ଆଉ ଘରୋଇ ହସ୍ପିଟାଲର କର୍ମଚାରୀ ରୋଗୀଙ୍କୁ ଲୁଟିବା ଆରମ୍ଭ କରିଦିଅନ୍ତି । ରୋଗୀଙ୍କୁ ଲୁଟିଥିବା ଅର୍ଥର ସିଂହଭାଗ ଦଲାଲର ପକେଟକୁ ଯାଇଥାଏ ।

ଦଲାଲଙ୍କ ଉପରେ ନଜର ରଖିବା ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବ ବୋଲି ହସ୍ପିଟାଲ କତୃପକ୍ଷ କହିଛନ୍ତି । ତେବେ ଦେଖିବାର କଥା କେବେ ଏହି ସବୁ ନିୟମ ଲାଗୁ ହେଉଛି ଓ କ୍ୟାପିଟାଲ ହସ୍ପିଟାଲ ଦଲାଲ ମୁକ୍ତ ହେଉଛିକି ନାହିଁ ।