ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା । ୫ରୁ ୭ ପ୍ରତିଶତକୁ ବଢିଲା ଡିଏ, ୪୮ ଲକ୍ଷ କର୍ମଚାରୀ, ୬୧ ଲକ୍ଷ ପେନସନଭୋଗୀ ହେବେ ଉପକୃତ

44

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ୨ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି ଲାଗି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି । ବର୍ତମାନ ମୂଳ ଦରମାର ୫ ପ୍ରତିଶତ ମହଙ୍ଗା ଭତା ଆକାରରେ ମିଳୁଛି । ଏବେ ଏହା ଦୁଇ ପ୍ରତିଶତ ବୃଦ୍ଧି ପାଇ ୭ ପ୍ରତିଶତ ହୋଇଛି । ଗତ ଜାନୁୟାରୀ ମାସରୁ ପିଛିଲା ଭାବେ ବର୍ଦ୍ଧିତ ମହଙ୍ଗା ଭଙ୍ଗା ଲାଗୁ ହେବ । ସପ୍ତମ ବେତନ କମିସନଙ୍କ ସୁପାରିଶ ଆଧାରରେ ଏହି ବୃଦ୍ଧି କରାଯାଇଛି । କେନ୍ଦ୍ର କ୍ୟାବିନେଟ୍ର ଏହି ନିଷ୍ପତି ଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ୬୧ ଲକ୍ଷରୁ ଅଧିକ ପେନସନର ଉପକୃତ ହେବେ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହାକୁ ମଂଜୁରୀ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ୬୦ ଲକ୍ଷ ପେନସନଧାରୀ ଉପକୃତ ହେବେ । ଜାନୁୟାରୀ ୧, ୨୦୧୮ରୁ ଏହା ଲାଗୁ ହେବ । ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ମୂଳ ଦରମା ବା ପେନସନର ୫ ପ୍ରତିଶତ ମହଙ୍ଗା ଭତ୍ତା ଆକାରରେ ଦିଆଯାଉଛି । ମୁଦ୍ରାସ୍ପୀତିର ପ୍ରଭାବକୁ ଲାଘବ କରିବାକୁ କର୍ମଚାରୀଙ୍କୁ ମହଙ୍ଗାଭତ୍ତା ଓ ପେନସନଧାରୀଙ୍କୁ ମହଙ୍ଗା ସହାୟତା ଦିଆଯାଇଥାଏ ।