ବାତ୍ୟା ଅସାନି ପ୍ରଭାବ : ପ୍ରବଳ ବର୍ଷା ଯୋଗୁଁ କାଦୁଅ ରାସ୍ତାରେ ଫସିଲା ଆମ୍ବୁଲାନ୍ସ

76

କନକ ବ୍ୟୁରୋ : କାଦୁଅ ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ପାଖାପାଖି ୪ ଘଣ୍ଟା କାଳ ଆମ୍ବୁଲାନ୍ସ କାଦୁଅରେ ଫସି ରହିଥିବାର ଚିତ୍ର ଆସିଛି ପୁରୀ ଜିଲ୍ଲା କଣାସ ଅଞ୍ଚଳରୁ । ନୂଆ ଜଗନ୍ନାଥ ସଡକର ଜଙ୍କିଆ ଗଡସାହି ଠାରୁ ଗଡିଶାଗୋଦା ଯିବା ପାଇଁ ଥିବା ମୁଖ୍ୟ ରାସ୍ତାରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ସକାଳ ୭ଟାରୁ ଆମ୍ବୁଲାନ୍ସଟି ଫସି ରହିଥିବା ସୂଚନା ମିଳିଛି ।

ଏହି କଚ୍ଚା ରାସ୍ତାକୁ ନେଇ ବର୍ଷ ବର୍ଷ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଆଉ ବର୍ଷା ଦିନ ଆସିଲେ ସ୍ଥାନୀୟ ଲୋକେ ଏହାକୁ ନେଇ ହନ୍ତସନ୍ତ ହୋଇଥାନ୍ତି । ଆଉ ଏବେ କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଫସି ରୋଗୀଙ୍କ ସମେତ ପରିବାର ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବାତ୍ୟା ଅସାନି ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ବର୍ଷା ଲାଗି ରହିଥିବାବେଳେ ଏଭଳି ଏକ ଦୁର୍ଭାଗ୍ୟଜନକ ଖବର ସାମ୍ନାକୁ ଆସିଛି ।