ସାଇବର ଆଟାକରେ ଟଙ୍କା ହରାଇବାର ରହିବ ନାହିଁ ଭୟ ! ବଜାଜ ଆଲିଆଞ୍ଜ ଆଣିଲା ନୂଆ ବୀମା ପଲିସି
ଯୁଗ ଯେତିକି ଟେକ୍ନୋଲୋଜି ଆଡକୁ ଗତି କରୁଛି ସାଇବର ଆଟାକ ମଧ୍ୟ ସେତିକି ବଢି ବଢି ଚାଲିଛି । ସାଇବର ଆଟାକ ଆତଙ୍କରେ ପୂରା ବିଶ୍ୱ କବଳିତ । ଗତକିଛି ମାସ ପୂର୍ବେ ରାନସମୱେର ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିଲା । କିଛି ଅସାଧୁ ହ୍ୟାକର୍ସ ଏହି ଭାଇରସ ଦ୍ୱାରା ଇଣ୍ଟରନେଟରୁ ବିଭିନ୍ନ ବ୍ୟକ୍ତିଗତ ତଥ୍ୟ ଚୋରାଇନେଉଥିଲେ । ଏହାର ପ୍ରତିବବଦଳରେ ୟୁଜରଙ୍କ ପାଖରୁ ଟଙ୍କା ଡିମାଣ୍ଡ କରୁଥିଲେ । ଏହା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ହ୍ୟାକର୍ସ ନିକଟରୁ ବ୍ୟକ୍ତିଗତ ତଥ୍ୟ ଫେଣି ପାଇବା ପାଇଁ ଲୋକଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । କିନ୍ତୁ ଏବେ ସାଇବର ଆଟାକ ପାଇଁ ଆଉ ଭୟ କରନ୍ତୁ ନାହିଁ । କାରଣ ସାଇବର ଆଟାକରେ ହରାଇଥିବା ପୁଞ୍ଜି ଆପଣ ଫେରି ପାଇବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଇନସ୍ୟୁରାନ୍ସ କଭର କରିବାକୁ ପଡିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ଅନ୍ଲାଇନ୍ ଫ୍ରଡ, ପୁଞ୍ଜି ହରାଇବା, ପରିଚୟ ଚୋରି, ସାଇବର୍ସଟକିଙ୍ଗ୍ ଆଣ୍ଡ୍ ଏକ୍ସଟୋର୍ସନ୍, ଫିସିଙ୍ଗ୍ ଏବଂ ମାଲୱେର ଆକ୍ରମଣ ଆଦି ସାଇବର୍ କ୍ରାଇମ୍ ବିରୋଧରେ ବ୍ୟକ୍ତି ବିଶେଷ ଏବେ ଇନ୍ସ୍ୟୁରାନସ୍ କଭର୍ କରି ପାରିବେ। ପୂର୍ବରୁ ଏହି ସୁବିଧା କେବଳ ବିଭିନ୍ନ କମ୍ପାନି କ୍ଷେତ୍ରରେ ଲାଗୁ ହୋଇଥିଲା । କିନ୍ତୁ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହା ପ୍ରଚଳିତ ହୋଇନଥିଲା । ବଜାଜ୍ ଆଲିଆଞ୍ଜ୍ ଜେନେରାଲ୍ ଇନ୍ସ୍ୟୁରାନସ୍ ଦ୍ୱାରା ଯୋଜନା କରାଯାଇଥିବା ସାଇବର୍ ସେଫ୍ ପଲିସିର ଲକ୍ଷ୍ୟ ହେଉଛି ବ୍ୟକ୍ତିଗତ ଇଣ୍ଟର୍ନେଟ୍ ଏବଂ ଇକମର୍ସ ବ୍ୟବହାରକାରୀଙ୍କ ନିମନ୍ତେ ସୁବିଧାର ମାତ୍ରାରେ ଉନ୍ନତି କରାଇବା।
ଏବେ ସାଧାରଣତଃ ଲୋକମାନେ ନିଜର ବ୍ୟକ୍ତିଗତ ତଥ୍ୟ ଇଣ୍ଟରନେଟର ବିଭିନ୍ନ ସାଇଟରେ ରଖୁଛନ୍ତି । କିନ୍ତୁ ଏହି ତଥ୍ୟ ଉପରେ ହ୍ୟାକର୍ସଙ୍କ ନଜର ରହୁଛି । ଅନେକ ସମୟରେ ଏହି ହ୍ୟାକର୍ସ ମାନେ ୟୁଜରଙ୍କ ତଥ୍ୟ ଚୋରି କରି ନେଇ ପଇସା ଦାବି କରିଥାନ୍ତି । କିନ୍ତୁ ଏଭଳି ସମସ୍ୟାର ସମାଧାନ ବାଟ ବାହାର କରିଛି ବଜାଜ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସ । ତେବେ ଏହି ବୀମା ପଲିସିର ପ୍ରିମିୟମ ମୂଲ୍ୟ ବିଷୟରେ କୌଣସି ସୂଚନା ଦେଇନାହିଁ କମ୍ପାନି । ତେବେ ୧ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଏହି ବୀମା ପଲିସି କରିପାରିବେ ଲୋକ । ଏହାଛଡା କମ୍ପାନି କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଅନଲାଇନରେ ବ୍ୟକ୍ତି ବିତାଉଥିବା ସମୟ ଆଧାରରେ ପ୍ରିମିୟମ ରେଟ ସ୍ଥିର କରାଯିବ ।
ଏହାଛଡା ଯଦି ସାଇବର କ୍ରାଇମରେ ଟଙ୍କା ହରାଇଥିବା ବ୍ୟକ୍ତି ଯଦି କୌଣସି ଆଇନଗତ ଲଢେଇ କରନ୍ତି ସେ କ୍ଷେତ୍ରରେ ମଧ୍ୟ ଗ୍ରାହକଙ୍କୁ ସାହାଯ୍ୟ କରିବ କମ୍ପାନି । ଏବେ ଭାରତୀୟ ବଜାରରେ ପ୍ରାୟ ୩୦ କୋଟି ଟଙ୍କାର ସାଇବର କ୍ରାଇମ ଇନସ୍ୟୁରାନ୍ସ ହୋଇଥିବାର ସୁଚନା ମିଳିଛି ।