କଟକ-ଚାନ୍ଦାବାଲି ଅଚ୍ୟୁତପୁର ରାସ୍ତାକୁ ଉଚ୍ଚା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଗ୍ରାମବାସୀ !

36

କନକ ବ୍ୟୁରୋ : ଜନସାଧାରଣ ମାନଙ୍କ ଉନ୍ନତି ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ଯୋଜନାରୁ କାହିଁକି ଲୋକମାନେ ବଞ୍ଚିତ ହେଉଛନ୍ତି ତାହାର ଉତ୍ତର କାହା ପାଖରେ ନାହିଁ । ମୈାଳିକ ଅଧିକାର ପହଞ୍ଚାଇବାକୁ ଅନେକ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନାଠାରୁ ଆରମ୍ଭ କରି ଅନେକ ଯୋଜନା ରହିଛି । ଏପରିକି ରାଜ୍ୟ ସରକାର ନିଜ ପାଣ୍ଠିରୁ ଅନେର ରାସ୍ତା ନିର୍ମାଣ କରିବାର ନଜର ରହିଛି । ତେବେ କଟକ-ଚାନ୍ଦାବାଲି କୁ ସଂଯୋଗ କରୁଥିବା ରାସ୍ତାରେ ଅଚ୍ୟୁତପୁର ଠାରୁ ଗଞ୍ଜାଘାଟ ପର୍ଯ୍ୟନ୍ତ ବନ୍ୟାଜଳ ପାଣିରେ ବୁଡିରହୁଛି । ତେଣୁ ସେହି ରାସ୍ତାକୁ ଉଚାଂ କରିବା ପାଇଁ ବାରମ୍ବାର ଦାବି ହେବା ପରେ ବି କୈାଣସି ଲାଭ ହେଉନାହିଁ । ଏହି ରାସ୍ତାରେ କେନ୍ଦ୍ରାପଡା ଜିଲ୍ଲାର ଅନେକ ଲୋକ ନିର୍ଭର କରନ୍ତି । ତେବେ ବର୍ତ୍ତମାନ ସମୟରେ ସେହି ରାସ୍ତାର କାମ ଚାଲୁଅଛି । ତେଣୁ ଲୋକମାନେ ବର୍ତ୍ତମାନ ସମୟରେ ସେହି ରାସ୍ତାକୁ ଉଚାଂ କରିବା ପାଇଁ ଦାବୀ କରୁଛନ୍ତି ।

 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରତ୍ୟେକ ବର୍ଷ ନଦୀରେ ପାଣି ଆସିଲେ ଅଚ୍ୟୁତପୁର ଠାରେ ରାସ୍ତା ବୁଡିକି ରହେ । ତେଣୁ ହଜାରହଜାର ଲୋକ ରାସ୍ତାରେ ଯାଇ ପାରନ୍ତି ନାହିଁ । କହବାକୁ ଗଲେ ସେହି ସମୟରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅନସ୍ଥାରେ ରହିଯାଏ । ପିଲାମାନଙ୍କ ପାଠପଢା ଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ କାମ ବାଧାପ୍ରାପ୍ତ ହୁଏ । ତେଣୁ ଏହି ରାସ୍ତାରେ ମହରମ ପକାଇ ଉଚାଂ କରିବାର ଆବଶ୍ୟକତା ରହିଛି । ବନ୍ୟା ସମୟରେ ଦେଶୀ ଡଙ୍ଗା ଏକମାତ୍ର ଭାବରେ ସାହା ଭରଷା । ସେହି ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ଲୋକମାନେ ଯା ଆସ କରନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଠିକାଦର ମନଇଚ୍ଛା କାମ କରୁଛନ୍ତି । କୈାଣସି କଥା ଶୁଣୁନାହାନ୍ତି ।

ଯାହାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି । ତେବେ ଏ ନେଇ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିବା କହିଛନ୍ତି । ତେବେ ଏ ନେଇ କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ଯେ, ଲୋକମାନଙ୍କର ଅସୁବିଧା ହେଉଥିବା ମୋ ପାଖକୁ ଖବର ଆସିଛି । ସେହି ରାସ୍ତାରେ କେତେ ପରିମାଣରେ ଉଚ୍ଚା କରାଯିବା କଥା ଓ ଠିକାଦାର କେତେ ପରିମାଣରେ ଉଚ୍ଚା କରିଛନ୍ତି ତାହାର ତଦନ୍ତ ହେବ । ଲୋକମାନେ ଯେପରି ସରକାରଙ୍କ ସୁବିଧା ପାଇବେ ସେନେଇ ଯାହା ସମ୍ଭବ ତାହା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।