ଆଇପିଏଲରୁ ଅବସର ନେବାକୁ ଘୋଷଣା କଲେ ଅମ୍ବତି ରାୟୁଡୁ, ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସକୁ ଦେଲେ ଧନ୍ୟବାଦ

300

କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦୀର୍ଘବର୍ଷ ହେବ ଆଇପିଏଲ ଖେଳି ଆସୁଥିବା ଭାରତୀୟ କ୍ରିକେଟ ଖେଳାଳୀ ଅମ୍ବତି ରାଇଡୁ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷିୟ ଏହି ଖେଳାଳୀ ଶନିବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ରାୟୁଡୁ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ଆଇପିଏଲର ଚଳିତ ସିଜିନ ପରେ ସେ ଆଉ ଆଇପିଏଲ ମ୍ୟାଚ ଖେଳିବେ ନାହିଁ ।

ଏହାସହ ଏହି ଟ୍ୱିଟରରେ ସେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଧନ୍ୟବାଦ ଦେଇ ସେ ଲେଖିଛନ୍ତି କି ଏହି ଦୁଇଟି ବଡଦଳ ତାଙ୍କୁ ଆଇପିଏଲ ଖେଳିବାର ସୁଯୋଗ ଦେଇଥିବାରୁ ତାଙ୍କ ଯାତ୍ରା ସୁନ୍ଦର ହୋଇ ପାରିଛି  । ଏନେଇ ସେ ଉଭୟ ଆଇପିଏଲ ଟିମକୁ ଧନ୍ୟବାଦ ଦେଇଛନ୍ତି ।

କହିରଖୁ କି ଅମ୍ବତି ରାଇଡୁ ୨୦୧୦ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରୁ ନିଜର ଆଇପିଏଲ କ୍ୟାରିଅର ଆରମ୍ଭ କରିଥିଲେ । ସେ ଦୀର୍ଘ ୭ ବର୍ଷ ଅର୍ଥାତ ୨୦୧୭ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ଏହାପରେ ୨୦୧୮ ମେଗା ଅକ୍ସନରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୬.୭୫ କୋଟି ଟଙ୍କାରେ କିଣି ନେଇଥିଲା । ଏହାପରେ ସେ ଆଜି ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗସ ପାଇଁ ଆଇପିଏଲ ଖେଳୁଛନ୍ତି । ରାୟୁଡୁଙ୍କ ପ୍ରଦର୍ଶନ କଥା କହିଲେ ସେ ଆଇପିଏଲରେ ମୋଟ ୧୮୭ ଟି ଲିଗ୍ ମ୍ୟାଚ ଖେଳି ୪୧୮୭ ରନ ସ୍କୋର କରିଛନ୍ତି ।