ବିଜେଡିର ରାଜନୈତିକ ରାଲି ପାଇଁ ଭୁବନେଶ୍ୱରରେ ଭିଡ଼। ଗୁରୁତର ରୋଗୀ ଆମ୍ବୁଲାନ୍ସରେ ଥାଇ ବି ଜାମ୍ ହୋଇଥିଲା ଟ୍ରାଫିକ୍। 

82

କନକ ବ୍ୟୁରୋ: ନବୀନଙ୍କ ସ୍ୱାଗତ ବେଳେ ଜାମରେ ଫସିଲା ଆମ୍ବୁଲାନ୍ସ । ଭେଣ୍ଟିଲେଟର ଲାଗିବାପାଇଁ କଲ ଆସିଥିବା ରୋଗୀକୁ ଆଣିବାକୁ ଯାଇ ରାଜଭବନ-ଏଜିଛକ ମଧ୍ୟରେ ଜାମରେ ଫସିଲା ଆମ୍ବୁଲାନ୍ସ । ଦୀର୍ଘ ସମୟ ଧରି ଜାମରେ ଆମ୍ବୁଲାନ୍ସଟି ଛିଡା ହୋଇରହିଥିବା ଦେଖିବାକୁ ମିଳିଥିଲା । କିଛି ଏଭଳି ଚିତ୍ର ଆଜି ରାଜଧାନୀରୁ ଆସିଛି ।

ଦିଲ୍ଲୀରୁ ଫେରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାଗତ ପାଇଁ ବିଜେଡି ବ୍ୟାପକ ପ୍ରସ୍ତୁତି କରିଥିଲା । ଏଥିପାଇଁ ଆଜି ରାଜଧାନୀବାସୀଙ୍କୁ ନାକେଦମ ହେବାକୁ ପଡିଛି । ତେବେ ଜରୁରୀକାଳୀନ ସେବା ମଧ୍ୟ ଏଥିରୁ ବାଦ ପଡିନାହିଁ । ଶହ ସଂଖ୍ୟାରେ ଲୋକ ଏକାଠି ହେବାରୁ ବ୍ୟାପକ ଟ୍ରାଫିକ ସମସ୍ୟା ଉପୁଜିଥିଲା । ତେବେ ଏହାକୁ ସମାଧନ କରିବାରେ କମିଶନରେଟ ପୋଲିସ ବିଫଳ ହୋଇଥିଲା । ଯେଉଁଥି ପାଇଁ ଦୀର୍ଘ ସମୟ ଧରି ଲମ୍ବା ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲ । ତେବେ ଏହି ସମୟରେ ରାଜଭବନ-ଏଜିଛକ ମଧ୍ୟରେ ଜାମରେ ଫସିଲା ଆମ୍ବୁଲାନ୍ସ । ଦୀର୍ଘ ସମୟ ଧରି ଜାମରେ ଆମ୍ବୁଲାନ୍ସଟି ଛିଡା ହୋଇରହିଲା । ଭେଣ୍ଟିଲେଟର ଲାଗିବାପାଇଁ କଲ ଆସିଥିବା ରୋଗୀକୁ ଆଣିବାକୁ ଯାଇ ଆମ୍ବୁଲାନ୍ସଟି ସେଠାରେ ଫସି ଯାଇଥିଲା ।