ବର୍ଷାରେ ବେହାଲ ବେଙ୍ଗାଲୁରୁ । ପାଣି ଭିତରେ ଭାସୁଛି ସିଲିକନ ସିଟି

111

କନକ ବ୍ୟୁରୋ : ଲଗାଣବର୍ଷାରେ ନୟାନ୍ତ ହୋଇପଡିଛି ସିଲିକନ ସିଟି ବେଙ୍ଗାଲୁର । କିଛି ଘଂଟାର ବର୍ଷା ଯେ ସହରବାସୀଙ୍କ ପାଇଁ ଏତେ ବଡ ସମସ୍ୟା ଆଣିବ ସେକଥା ହୁଏତ କେହି କେବେ ଚିନ୍ତା କରିନଥିବେ । ବର୍ଷା ହେଲେ ସହରରେ ଅଳ୍ପ ବହୁତ ପାଣି ଜମାଟ ବାନ୍ଧିବା ସାଧାରଣ କଥା ଏଥରକ କିନ୍ତୁ ସ୍ଥିତି ଏକଦମ ସଂଗୀନ ହୋଇପଡିଛି । ରାସ୍ତା ନଦୀ ପାଲଟିଛି, ପାଣିରେ ଭାସୁଛି ଘର  । ଆପାଟମେଂଟରେ ଭିତରେ ଆଣ୍ଠୁଏଁ ଲେଖାଏଁ ପାଣି । ପରିସ୍ଥିତି ଏଭଳି ହୋଇଛି କି ଘରଦ୍ୱାର ଛାଡିବାକୁ ଲୋକମାନେ ବାଧ୍ୟ ହୋଇଛନ୍ତି ।

କିଭଳି ପ୍ରକୃତିର ବିତ୍ପାତ ଆଗରେ ମଣିଷ ସମସ୍ୟାର ସମାଧ।।ନ ଖୋଜି ଖୋଜି ବେହାଲ ହୋଇପଡିଛି । ଘରୁ ବାହାରିବା ଏକଦମ ମୁସ୍କିଲ ହୋଇପଡିଛି । ରାସ୍ତାରେ ବର୍ଷା ପାଣିର ପ୍ରଖର ସ୍ରୋତ ଏତେ ଜୋରରେ ବୋହୁଛି କି ଏହା ନଦୀ ଭଳି ଦୃଶ୍ୟମାନ ହେଉଛି । କର୍ମଚାରୀମାନେ କ୍ରେନ ଓ ଟ୍ରାକ୍ଟର ସାହାର୍ଯ୍ୟରେ ଅଫିସକୁ ପହଁଚୁଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ ଟ୍ରାକ୍ଟର, ଡଙ୍ଗା ଓ କ୍ରେନ ଏବଂ ଜେସିବି ଯୋଗାଇଦିଆଯାଇଥିବା ଜଣାପଡିଛି ।

ଏଭଳି ସ୍ଥିତି ପାଇଁ ବେଙ୍ଗାଲୁରବାସୀ ସ୍ଥାନୀୟ ପ୍ରଶାସନକୁ ଦାୟୀ କରୁଛନ୍ତିି ।ସେପଟେ ରାଜ୍ୟ ସରକାର ରାଜ୍ୟର ଏଭଳି ସ୍ଥିତି ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରୁଛନ୍ତି । ଦୋଷ ଲଦାଲଦି ଭିତରେ କିନ୍ତୁ ହନ୍ତସନ୍ତ ହେଉଛନ୍ତି ବେଙ୍ଗାଲୁରବାସୀ

ଗତ ୪୬ବର୍ଷ ଭିତରେ ପ୍ରଥମ ଥର ପାଇଁ ବେଙ୍ଗାଲୁରୁ ଏଭଳି ବର୍ଷା ବିଭୀଷୀକା ଦେଖୁଛି । ସ୍ଥିତିକୁ ଦୃଷ୍ଟିରେ ରଖିି ଶିକ୍ଷାନୁଷ୍ଠାନ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି । ସେପଟେ ବର୍ଷା ପାଣି ଭିତରେ ଯାଉଥିବା ସମୟରେ ଜଣେ ଯୁବତୀ ବିଦ୍ୟୁତ ଖୁଂଟରେ ପିଟି ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ କର୍ଣ୍ଣାଟକରେ ଆରମ୍ଭ ହୋଇଛି ବର୍ଷା ମୃତ୍ୟୁ ରାଜନୀତି ।