ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି । ମହାଲିଙ୍ଗ କଲେଜରୁ ଡାଏରୀ ଜବତ ପରେ ଗୋବିନ୍ଦଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍

105

କନକ ବ୍ୟୁରୋ: ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିବାରେ ଲାଗିଛି । ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହଛି ସେ ନେଇ ପୋଲିସ କି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରୁ ନାହାଁନ୍ତି । ଏସବୁ ଭିତରେ ମହାଲିଙ୍ଗ କଲେଜରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ଡାଏରୀ । କୁହାଯାଉଛି ଏହି ଡାଏରୀରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ । ସେହିପରି ଆଜି ଗୋବିନ୍ଦଙ୍କ ଘରକୁ ଯାଇ ପଚରାଉଚୁରା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ।

ଏଡାସହ ଗୋବିନ୍ଦଙ୍କ ମୃତୃ ଦ୍ୱନ୍ଦ୍ୱ ବଢ଼ାଇଛି ସିସିଟିଭି ଫୁଟେଜ୍ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିସିଟିଭି ଫୁଟେଜରେ ଦେଖାଯାଉଛି ଗୋବିନ୍ଦ ଜେଲ ପଛ ପଟକୁ ଯିବା ସମୟରେ ତାଙ୍କ ହାତରେ କିଛି ନଥିଲା । ସେ ଖାଲି ଖାଲି ଯାଉଛନ୍ତି । କିନ୍ତୁ ସିସିଟିଭର ଟାଇମିଂ ଠିକ୍ ନଥିବାରୁ ତଦନ୍ତରେ ଅସୁବିଧା ହେଉଛି । ପ୍ରଶ୍ନ ଉଠୁଛି ଗୋବିନ୍ଦ ଯଦି ଖାଲି ହାତରେ ଯାଉଥିଲେ ତାହେଲେ କାଠଗଣ୍ଡି ଗାମୁଛା କିଏ ଜେଲ ପଛ ପଟକୁ ନେଇଥିଲା ।