୧୨ ହଜାର ଟପିଲା ଦେଶରେ କରୋନା ଦୈନିକ କରୋନା ସଂକ୍ରମିତ ସଂଖ୍ୟା, ୮ରାଜ୍ୟକୁ ଚିଠି ଲେଖି ସର୍ତକ ରହିବାକୁ କହିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

164

କନକ ବ୍ୟୁରୋ : ଦେଶରେ ବଢୁଛି କରୋନା ମାମଲା । ଗତ ୨୪ ଘଂଟାରେ ଦେଶରେ ୧୨ ହଜାର ୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୪୨ ଜଣ ପ୍ରାଣ ନେଇଛି କରୋନା ମହାମାରୀ । ମୃତକଙ୍କ ମଧ୍ୟରେ କେବଳ କେରଳରୁ ରହିଛନ୍ତି ୧୦ ଜଣ । ଏବେ ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏନେଇ କେନ୍ଦ୍ର ସରକାର ୮ ରାଜ୍ୟକୁ ଚିଠି ଲେଖି ସର୍ତକତା କରାଇଛନ୍ତି । ଏହି ରାଜ୍ୟ ଗୁଡିକ ହେଲା ଉତରପ୍ରଦେଶ, ତାମିଲନାଡୁ,ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ହରିୟାଣ ଓ ଦିଲ୍ଲୀ । ଏହି ରାଜ୍ୟମାନଙ୍କ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହୁଥିବା ବେଳେ ଏହାର ମୁକାବିଲା ନେଇ ପଦକ୍ଷେପ ନେବାକୁ କହିଛନ୍ତି କେନ୍ଦ୍ର ସରକାର । ସେପଟେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ପୁଣି ଥରେ ଆରମ୍ଭ ହୋଇଛି ଟୀକା ଉତ୍ପାଦନ । ଏନେଇ ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନେୱାଲ କହିଛନ୍ତି ତାଙ୍କ କମ୍ପାନୀ ପୂର୍ବରୁ ୫୦-୬୦ ଲକ୍ଷ ଡୋଜ ଟୀକା ମହଜୁଦ ରହିଛି । ବର୍ତମାନ ଯେଭଳି କରୋନା ବଢୁଛି, ତାହା ବିଶେଷ ବିପଦଜ୍ଜନକ ନୁହେଁ ତଥାପି ସର୍ତକତା ଦୃଷ୍ଟିରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ ।