ଗଂଜାମରେ ଆଜିଠୁ ସବୁ ବେଳାଭୂମି ବନ୍ଦ : ୧୭ ତାରିଖ ଯାଏ କଟକଣା ନେଇ ଜିଲ୍ଲାପାଳଙ୍କ ଟ୍ୱିଟ୍

90

କନକ ବ୍ୟୁରୋ : କରୋନା ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି, ଆଜିଠୁ ଗଂଜାମର ସମସ୍ତ ବେଳାଭୂମି ବନ୍ଦ ରହିବ । ଆସନ୍ତା ୧୭ ତାରିଖ ଯାଏଁ ଗଂଜାମର ସମସ୍ତ ବେଳାଭୂମି ସହ ହ୍ରଦ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଗୋପାଳପୁର, ସୋନପୁର ସମେତ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମି ବନ୍ଦ ରହିବ । ଆଗକୁ ମକର ସଂକ୍ରାନ୍ତି ଥିବାରୁ କରୋନା ସଂକ୍ରମଣକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ।

ସେପଟେ ନରସିଂହପୁର ସ୍ଥିତ ପ୍ରସିଦ୍ଧ ସିଂହନାଥ ଦେବଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି । ଐତିହାସିକ ବାଲି ମକରମେଳା ଆସନ୍ତାକାଲି ହେବାକୁ ଥିବାରୁ ସଂକ୍ରମଣକୁ ଆଖିରେ ରଖି ଏହି କଟକଣା ଜାରି କରାଯାଇଛି । ଆଜି ସକାଳ ୬ଟାରୁ ୧୬ ତାରିଖ ମଧ୍ୟା ୧୨ ଟା ପର୍ଯ୍ୟନ୍ତ ୪ ଦିନ ଏହି କଟକଣା ବଳବତର ରହିବ । ଏହି ସମୟରେ ମନ୍ଦିରର ସେବାୟତଙ୍କ ବ୍ୟତିତ ଅନ୍ୟ କାହାରିକୁ ପୀଠକୁ ପ୍ରବେଶ ଉପରେ ବାରଣ କରାଯାଇଛି । ମହାନଦୀର ବକ୍ଷସ୍ଥଳରେ ଅବସ୍ଥିତ ଏହି ପୀଠକୁ ଓଡିଶୀର ଦୀର୍ଘତମ ଟି-ସେତୁ ସଂଯୋଗ କରିଥିବାରୁ ପ୍ରତ୍ୟେହ ଶହ ଶହ ଭକ୍ତଙ୍କ ସମାଗମ ହେଉଛି । ତେଣୁ ଐତିହାସିକ ବାଲି ମକରମେଳାରେ ଭିଡ ଏଡାଇବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।