ଘରକୁ ଫେରିଲେ ଯୋଡ଼ାମୁଣ୍ଡ ଶିଶୁ ଜୋଡ଼ାନ ଓ ଆନିଆସ ମ୍ୟାକଡୋନାଲ୍ଡ ! ଉଭୟ ପାଇଲେ ନୂଆ ଜୀବନ

37

ଯୋଡ଼ାମୁଣ୍ଡ ଶିଶୁ ଆନିଆସ ଓ ଜୋଡ଼ାନ ମ୍ୟାକଡ଼ୋନାଲ୍ଡ । ଜନ୍ମ ସମୟରେ ଉଭୟ ଶିଶୁଙ୍କ ମୁଣ୍ଡ ଯୋଡ଼ି ହୋଇଥିଲା । ଏପରି ଘଟଣା ୨.୫ କୋଟି ଜନ୍ମରେ ଗୋଟିଏ ଦେଖାଯାଏ ବୋଲି ଡାକ୍ତର କହିଛନ୍ତି । ଖୁବ କମ ହିଁ ଏପରି ଘଟଣା ଦେଖିବା ପାଇଁ ମିଳେ । ତେବେ ନ୍ୟୁୟର୍କରେ ଏକ ଚିକିତ୍ସାଳୟରେ ୨୭ ଘଂଟାର ମାରାଥନ ଅସ୍ତ୍ରୋପଚାର ପରେ ଉଭୟେ ଅଲଗା ହୋଇଥିଲେ । ଜୋଡ଼ାନ ଓ ଆନିଆସ ମ୍ୟାକଡୋନାଲ୍ଡ ପାଇଲେ ନୂଆ ଜୀବନ । ଗତ ଶୁକ୍ରବାର ସେମାନେ ଘରକୁ ଫେରିଛନ୍ତି । ଏବେ ଏକାଠି ଯୋଡ଼ି ହୋଇ ନୁହେଁ ଅଲଗା ଅଲଗା ହୋଇ ଏବଂ ଏକ ନୂଆ ଜୀବନର ଆଶା ନେଇ । ୯ ମାସ ଚିକିତ୍ସା ପରେ ଘରକୁ ଫେରିଲେ ଆନିଆସ ଓ ଜୋଡ଼ାନ । ଏହି ୯ ମାସ ଉଭୟଙ୍କ ପାଇଁ ବହୁତ କଷ୍ଟକର ସମୟ ଥିଲା । ଜୋଡାନ ଓ ଆନିଆସ ଘରକୁ ଫେରିବା , ପୁଣି ଅଲଗା ଅଲଗା ହୋଇ, ତାଙ୍କ ମାବାପା ନିକୋଲ ଓ କ୍ରିଷ୍ଟିଆନ ମ୍ୟାକଡୋନାଲ୍ଡଙ୍କ ପାଇଁ ବହୁତ ଖୁସି ଆଣି ଦେଇଛି । ଉଭୟଙ୍କ ବାପା ମା’ଙ୍କୁ ଏହି ମୁହୂର୍ତ୍ତକୁ ଅନେକ ଅପେକ୍ଷା କରି ରହିଥିଲେ । ଜୋଡାନ ଓ ଆନିଆସଙ୍କ ମା ନିକୋଲ କହିଛନ୍ତି, ମୋତେ ଏବେ ବି ବିଶ୍ୱାସ ହେଉନି, କିନ୍ତୁ ମୁଁ ବହୁତ ଖୁସି ।

ଉଭୟେ ଅଲଗା ହେବା ପରେ ତାଙ୍କ ଶୈଶବକୁ ଉପଭୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ନିକୋଲ । ଜୋଡାନ ଆସବାବପତ୍ରକୁ ଧରି ଧରି ଚାଲଇବା ଆରମ୍ଭ କରୁଛି । କିନ୍ତୁ ଆନିଆସକୁ ବହୁତ ପରିଶ୍ରମ କରିବା ପାଇଁ ପଡ଼ୁଛି । ଅସ୍ତ୍ରୋପଚାର ପୂର୍ବରୁ ଓ ପରେ ଆନିଆସକୁ ହିଁ ଅଧିକ କଷ୍ଟ ଅନୁଭବ ହେଉଛି । ସେନେ ଯେତେବେଳ ଯୋଡ଼ି ହୋଇଥିଲେ ଜୋଡ଼ାନ ହିଁ ବେଶୀ ଭଲ ଅବସ୍ଥାରେ ଥିଲା । ଆନିଆସକୁ ଜୀବିତ ରଖିବା ପାଇଁ ଜୋଡ଼ାନର ଶରୀର ଅଧିକ କାର୍ଯ୍ୟକ୍ଷମ ରହୁଥିଲା ।

ଉଭୟଙ୍କୁ ଏବେ ଏକ ପ୍ରକାର ସ୍ୱତନ୍ତ୍ର ପମ୍ପ ମାଧ୍ୟମରେ ଖାଦ୍ୟ ଦିଆଯାଉଛି । ଏବଂ ଶୋଇବା ସମୟରେ ତାଙ୍କୁ ଶ୍ୱାସ ଯନ୍ତ୍ରର ଆବଶ୍ୟକତା ପଡ଼ୁଛି । ଆନିଆସ ଅଲଗା ହେବା ପରେ ଗଡ଼଼ିବା ପାଇଁ ଚେଷ୍ଟା କରୁଛି । ବହୁତ କଷ୍ଟ ହେଉଥିଲେ ହେଁ ବସିବା ପାଇଁ ଚେଷ୍ଟା କରୁଛି ଆନିଆସ । ସେ ଏବେ ତାର ଡାହାଣ ହାତକୁ ଅଧିକ ବ୍ୟହାର କରିବା ପାଇଁ ଚେଷ୍ଟା କରୁଛି । ଆଗରୁ ଆନିଆସ ତା’ର ଡାହାରଣ ହାତକୁ ବିଲକୁଲ ବ୍ୟବହାର କରୁପାରୁନଥିଲା ।
ଆନିଆସର ଚିକିତ୍ସକକହିଛନ୍ତି, ବିଗତ ୯ମାସ ଉଭୟ ଶିଶୁଙ୍କ ବିକାଶ ଦେଖି ମୋତେ ଖୁସି ଲାଗୁଛି । ପ୍ରଥମେ ପ୍ରଥମେ ଏହି ଶିଶୁ ଦ୍ୱୟ ଅନ୍ୟ ଶିଶୁଙ୍କ ସହ କଥାବାର୍ତ୍ତା କରିବା ପାଇଁ ମଧ୍ୟ ଡୁରଥିଲେ । । କିନ୍ତୁ ଏବେ ଧୀରେ ଧୀରେ ସେଥିରେ ପରିବର୍ତ୍ତନ ଆସୁଛି । ଉଭୟଙ୍କୁ ଅଲଗା ଅଲଗା ଦେଖି ଜୋଡ଼ାନ ଓ ଆଲିଆସର ବାପା ବହୁତ ଖୁସି । ସେମାନେ ଆଉ ଏକାଠି ଲାଗି ରହିବେ ନାହିଁ ଓ ଅଲଗା ଅଲଗା ସ୍ୱାଧୀନ ରୂପେ ବୁଲିପାରିବ ବୋଲି ସେ ପ୍ରକାଶ କରିଛନ୍ତି ।

joint headed child operationସୂଚନାଯୋଗ୍ୟ, ଏବେ ଦିଲ୍ଲୀ ଏମ୍ସରେ ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଅସ୍ତ୍ରୋପଚାର ମଧ୍ୟ ଚାଲିଛି ।ଉଭୟ ଶିଶୁଙ୍କର ପ୍ରଥମ ପର୍ୟ୍ୟାୟ ଅପରେସନ ଶେଷ ହୋଇସାରିଛି । ପ୍ରଥମ ପର୍ୟ୍ୟାୟ ଅପରେସନ ପରେ ଜଗା ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଛି ବୋଲି କହିଛନ୍ତି ଏମ୍ସର ବିଭାଗୀୟ ମୂଖ୍ୟ ଅଶୋକ ମହାପାତ୍ର । ତିନୋଟି ପର୍ୟ୍ୟାୟରେ ଜଗାବଳିଆଙ୍କ ଅପରେସନ ହେବ । ଅନ୍ୟ ଯାଆଁଳା ମୁଣ୍ଡ ଥିବା ଶିଶୁ ଅପେକ୍ଷା ଜଗା ବଳିଆଙ୍କ ଅଧିକ ସମସ୍ୟା ରହିଥିବା ଅଶୋକ ମହାପାତ୍ର କହିଛନ୍ତି ।

ପ୍ରଥମେ ଜଗାବଳିଆଙ୍କ ମୁଣ୍ଡ କେତେ ପରିମାଣରେ ଯୋଡ଼ି ହୋଇରହିଛି, ଏବଂ କେଉଁ କେଉଁ ଶିରାପ୍ରଶିରା ଯୋଡ଼ିjoint headed child operation ହୋଇ ରହିଛି ତାର ଅନୁଧ୍ୟାନ କରାଯାଇଥିଲା । କାରଣ ଦୁଇଟି ପିଲାର ଦୁଇଟି ମସ୍ତିଷ୍କକୁ ଅଲଗା କରିବାକୁ ହେବ । ତେବେ ଯାଇ ଦୁଇ ଜଣଙ୍କୁ ସଂପୂର୍ଣ ଭାବେ ସଫଳତାର ସହ ଅଲଗା କରିହେବ । ପ୍ରଥମ ପର୍ୟ୍ୟାୟ ଅପରେସନରେ ଏହାକୁ ଅନୁଧ୍ୟାନ କରାଯିବା ସହ ଯେଉଁ ଶିରାପ୍ରଶିରାଗୁଡ଼ିକ ଯୋଡ଼ି ହୋଇ ରହିଥିଲା କିମ୍ବା ଦୁଇଟି ସ୍ଥାନରେ ଗୋଟିଏ ଥିଲା ସେହି ସ୍ଥାନରେ କୃତ୍ରିମ ଭାବେ ତିଆରି ହୋଇଥିବା ଶିରାପ୍ରଶିରା ରୋପଣ କରାଯାଇଛି । ତେଣୁ ଦୁଇଟି ମୁଣ୍ଡକୁ ଅଲଗା କରିବାର ଏହି ମିଶନ୍ ବେଶ୍ ଆଗକୁ ବଢ଼ିଛି । ତେବେ ପ୍ରଥମ ପର୍ଯ୍ୟାୟ ଅପରେସନ ବେଳେ ଜଗା ବଳିଆଙ୍କ ମୁଣ୍ଡରେ କ୍ରୁତିମ ଭେନ୍ ଲଗାଯାଇଛି । ମଙ୍ଗଳବାର ସକାଳ ୯ଟାରୁ ଯାଆଁଳା ଶିଶୁ ଜଗା ବଳିଆଙ୍କ ଅପରେସନ ଆରମ୍ଭ କରାଯାଇଥିଲା । ପାଖାପାଖି ୨୦ ଘଂଟା ଧରି ଅପରେସନ ଚାଲିଥିଲା । ୪୦ ଜଣିଆ ଡାକ୍ତରୀ ଟିମ ଅସ୍ତ୍ରୋପଚାର କରିଥିଲେ ।