ପଦ୍ମପୁରରେ କାହିଁକି ଅମାନତ ହରାଇଲା କଂଗ୍ରେସ? ତାରା କହିଲେ ସମସ୍ୟା ସମାଧାନ ନକଲେ ଲୋପ ପାଇଯିବ କଂଗ୍ରେସ 

146

କନକ ବ୍ୟୁରୋ: ପଦ୍ମପୁରରେ ଉପନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ବାହିନୀପତି । କଂଗ୍ରେସ ବାରମ୍ବାର ପରାଜୟ ବରଣ କରୁଛି । ଏହା ମୋ ପାଇଁ ପୁରା ଦଳ ପାଇଁ ଲଜ୍ଜାର ବିଷୟ । ପିସିସି ସଭାପତି ଏ ବାବଦରେ ତର୍ଜମା କରିବା ଦରକାର । ଯଥାଶୀଘ୍ର ମିଟିଙ୍ଗ ଡକାଇବା ଦରକାର । ନିଜକୁ ମଧ୍ୟ ତର୍ଜମା କରିବା ଦରକାର । ଦୁଇଟି ଉପନିର୍ବାଚନରେ କାହିଁକି ହାରିଲା କଂଗ୍ରେସ ତାର ତଜର୍ମା କରିବା ଦରକାର  । ନହେଲେ କଂଗ୍ରେସ ଲୋପ ପାଇଯିବ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ଜିତି ବିଜେଡି ଧାମନଗର ପରାଜୟର ପ୍ରତିଶୋଧ ନେଇଛି ଏବଂ ଏହି ବିଜୟ ୨୦୨୪ ପାଇଁ ଦଳର ମନୋବଳ ବଢ଼ାଇବ ବୋଲି କହିଛନ୍ତି ଦଳର ଉପସଭାପତି ଦେବୀ ମିଶ୍ର । ପଦ୍ମପୁରରେ ବିଜେଡିର ବୃହତ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯିବ । ଏବେବି ନବୀନଙ୍କ  ଭାବମୂର୍ତି ବଳବତର ରହିଛି । ନବୀନଙ୍କ ପାଇଁ ଭୋଟ୍ ପ୍ରତିଶତ ବଢ଼ୁଛି । କଂଗ୍ରେସ ଭୋଟ ବିଜେଡିକୁ ବିକି ହୋଇଥିବା ଉପରେ ଯବାବ ଦେଇଛନ୍ତି ଦେବୀ ମିଶ୍ର ଏବଂ ସମୀର ଦାସ । ସମୀର ଦାସ କହିଛନ୍ତି, ୨୦୧୪ରେ ପଦ୍ମୁପୁରରେ କଂଗ୍ରେସ ସହ ସାଲିସ କରି ଜିତିଥିଲା ବିଜେପି  ।