କନକ ବ୍ୟୁରୋ : ବିମୁଦ୍ରାୟନ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରୁଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କହିଛନ୍ତି, ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ କରିଥିବା ଦୁର୍ନୀତିର ସୂଚନା ଥିବାରୁ ଡରରେ ସେ ତାଙ୍କୁ ପାର୍ଲାମେଂଟରେ କହିବାକୁ ଅନୁମତି ଦେଉ ନାହାଁନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ନୋଟ୍ ନିଷିଦ୍ଧ ଯୋଗୁଁ ସାଂପ୍ରତିକ ଅର୍ଥ ସଙ୍କଟ ବିଷୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜବାବ ଦେବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ନଭେମ୍ବର ୧୬ରୁ ପାର୍ଲାମେଂଟର ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଉଭୟ ଗୃହରେ କୌଣସି ବକ୍ତବ୍ୟ ଦେଇନାହାଁନ୍ତି ।
ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ମୁକାବିଲା କରିବାକୁ ଭୟ କରୁଛନ୍ତି । ସେଥିପାଇଁ ଏ ସଂକ୍ରାନ୍ତରେ ଲୋକସଭାରେ ହୋଇଥିବା ତର୍କକୁ ବିଜେପି ରୁଲିଂ ବଳରେ ସ୍ଥଗିତ କରାଇଛି ।