ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଜାତୀୟ କଂଗ୍ରେସର ୧୩୧ତମ ପ୍ରତିଷ୍ଠା ଦିବସ ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି । ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କୌଣସି ଛାମୁଆ ନେତାଙ୍କୁ ଦେଖିବାକୁ ମିଳିନାହିଁ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।
Kanak News is now on WhatsApp
Join and get latest news updates delivered to you via WhatsApp
ପଂଚାୟତ ନିର୍ବାଚନ ପ୍ରସ୍ତୁତିରେ ନେତା ଓ କର୍ମୀ ବ୍ୟସ୍ତ ଥିବାରୁ କାର୍ଯ୍ୟକ୍ରମରେ ଯୋଗଦେଇନଥିବା ପିସିସି ସଭାପତି କହିଛନ୍ତି । କଂଗ୍ରେସକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରସାନ ହରିଚନ୍ଦନ । ଏହାସହ କଂଗ୍ରେସ ନିକଟରେ ଟଙ୍କାବଳ ନଥିବା ବେଳେ ମନୋବଳକୁ ପାଥେୟ କରି ବିଜେଡି ଓ କଂଗ୍ରେସଠାରୁ ବାଜିମାତ କରିବ ବୋଲି ପିସିସି ସଭାପତି କହିଛନ୍ତି ।
କିଛି ଦିନ ତଳେ ବିଜେଡି ପ୍ରତିଷ୍ଠା ଦିବସରେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ଭିତରେ କନ୍ଦଳ ଯୋଗୁଁ ବିଜେଡିର ଲୋକପ୍ରିୟତାକୁ ପ୍ରଭାବିତ କରିବାରେ ବିରୋଧୀ ଅସମର୍ଥ ବୋଲି ସିଧାସଳଖ ଚ୍ୟାଲେଂଜ କରିଥିଲେ ନବୀନ । କଂଗ୍ରେସର ପ୍ରତିଷ୍ଠା ଦିବସ ଫିକା ପଡିଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-