କମ୍ପ୍ୟୁଟର ଚଳାଇବାରେ ରାଜ୍ୟରେ ଯୁବବର୍ଗ ଦୁର୍ବଳ : ଫାଇଲ ଆଟାଚ୍ ଓ ଇ-ମେଲ କରିପାରୁ ନାହାନ୍ତି; ଏନଏସଏସଓ ପକ୍ଷରୁ ରିପୋର୍ଟ ପ୍ରକାଶ

83

କନକ ବ୍ୟୁରୋ : କମ୍ପ୍ୟୁଟର ଚଳାଇବାରେ ଆମ ପିଲା ଦୁର୍ବଳ । କମ୍ପ୍ୟୁଟର ଦକ୍ଷତା ପ୍ରସଙ୍ଗକୁ ବିଚାରକୁ ନେଲେ ରାଜ୍ୟରେ ଯୁବବର୍ଗ ଦୁର୍ବଳ । କମ୍ପ୍ୟୁଟରରେ ଫାଇଲ ସଂଯୋଗ ଏବଂ ଇ-ମେଲ କିପରି ପଠାଯିବ ତାହା ମଧ୍ୟ ସଂହଭାଗ ଯୁବବର୍ଗଙ୍କୁ ଜଣାନାହିଁ ।

ଜାତୀୟ ସାମ୍ପୁଲ ସର୍ଭେ ଅଫିସ୍ ବା ଏନ୍ଏସ୍ଏସ୍ଓ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ୨୦୨୧ ଅଗଷ୍ଟରୁ ୨୦୨୨ ଜାନୁଆରୀ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ବିକାଶ ବିଭିନ୍ନ ଦିଗ ସହ କମ୍ପ୍ୟୁଟର ବ୍ୟବହାର ଦକ୍ଷତାକୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା । ରିପୋର୍ଟ ଅନୁସାରେ…

– ମାତ୍ର ୨୦.୬ ପ୍ରତିଶତ ଫାଇଲ ଆଟାଚ୍ ଓ ଇମେଲ୍ କରିବାରେ ସକ୍ଷମ
– ୧୫ରୁ ୨୪ ବର୍ଷ ମଧ୍ୟରେ ଅଧିକାଂଶ ଯୁବବର୍ଗ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ଦକ୍ଷତାରେ ଦୁର୍ବଳ
– କମ୍ପ୍ୟୁଟର ଫାଇଲ ପରିଚାଳନା କରିବାକୁ ୧୫ରୁ ୨୯ ବର୍ଷର ୩୨. ୩ ପ୍ରତିଶତ ସକ୍ଷମ
– ମାତ୍ର ୧.୨ ପ୍ରତିଶତ ପ୍ରୋଗ୍ରାମିଂ ଲାଙ୍ଗୁଏଜ ସଂପର୍କରେ ଜାଣିଛନ୍ତି
– ରାଜ୍ୟରେ ୨୪.୮ ପ୍ରତିଶତ ପରିବାର ପାଖରେ ଇହିଛି ଇଂଟରନେଟ୍ ସେବା
– ରାଜ୍ୟରେ ମୋଟ୍ କମ୍ପ୍ୟୁଟର ସାକ୍ଷରତା ହାର ୩୨.୨ ପ୍ରତିଶତ
– ଆନ୍ଧ୍ରପ୍ରଦେଶରେ କମ୍ପ୍ୟୁଟର ସାକ୍ଷରତା ହାର ୪୫.୬ ପ୍ରତିଶତ
– ତେଲେଙ୍ଗାନାରେ ୫୩.୮% ଓ ପଶ୍ଚିମବଙ୍ଗରେ ୪୩.୧ %