ପୂଜା ମଣ୍ଡପରେ ମାତିଛନ୍ତି ବ୍ଲେଡ୍ କଟା ଲୁଟେରା ଗ୍ୟାଙ୍ଗ : ୬ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

75

କନକ ବ୍ୟୁରୋ : ପୂଜା ମଣ୍ଡପରେ ଲୁଟ୍ କରୁଥିବା କିଛି ବ୍ଲେଡ୍ କଟା ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରେ ନାବାଳକ ମଧ୍ୟ ଅଛନ୍ତି । ଗିରଫ ଲୁଟେରାଙ୍କଠାରୁ ମୋବାଇଲ୍, ଟଙ୍କା, ପର୍ସ ଆଦି ଜବତ କରାଯାଇଛି । ଏମାନେ ପ୍ୟାଣ୍ଟ ପକେଟ୍, ଭ୍ୟାନିଟିରେ ବ୍ଲେଡ ମାରି ଲୁଟ୍ କରୁଥିଲେ । ଆଉ ଲୋକେ ଜାଣିବା ପୂର୍ବରୁ ଭିଡ଼ ଭିତରୁ କୁଆଡେ ପଳାଇ ଯାଉଥିଲେ । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଏମାନେ ନିଜର ଆତଙ୍କ ଚଳାଇଛନ୍ତି । ବିଭିନ୍ନ ପୂଜା ମଣ୍ଡପରୁ ଲୁଟର ଅଭିଯୋଗ ହେବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ବିଭିନ୍ନ ପୂଜା ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଉଛି ।