ସାବଧାନ୍ ! ପୂଜା ମଣ୍ଡପରେ ମାତିଛନ୍ତି ଲୁଟେରା : ଆଖି ପିଛୁଳାକେ ଲୁଟି ନେଉଛନ୍ତି ମୋବାଇଲ ଓ ପର୍ସ

195

କନକ ବ୍ୟୁରୋ : ପୂଜା ମଣ୍ଡପରେ ମାତିଛନ୍ତି ଲୁଟେରା । ବୁଲୁଛନ୍ତି ମାଳ ମାଳ ଲୁଟେରା । ଆଖି ପିଛୁଳାକେ କରିନେଉଛନ୍ତି ଲୁଟ୍ । ଆତଙ୍କ ଖେଳାଉଛନ୍ତି ଲେଡି ଲୁଟେରା । ପୂଜା ବୁଲିବାକୁ ଯାଉଥିଲେ ସାବଧାନ । ଟିକିଏ ଅସାବଧାନତା ହେଲେ ଆପଣ ହୋଇଯିବେ ଲୁଟର ଶିକାର । ଗହଳି ଭିତରେ ଲେଡି ଲୁଟେରା ମୋବାଇଲ ଓ ପର୍ସ ଲୁଟି ନେଉଛନ୍ତି ।

ଏହାର ଏକ ଭିଡିଓ ଭାଇରାଲ ହେଉଛନ୍ତି । ଯେଉଁଟା ହେଉଛି ଭୁବନେଶ୍ୱର ରସୁଲଗଡ଼ ପୂଜା ମଣ୍ଡପର । ଦେଖନ୍ତୁ କିପରି ଜଣେ ମହିଳା ଗହଳି ଭିତରେ ପର୍ସ ଓ ମୋବାଇଲ୍ ଚୋରି କରୁଛନ୍ତି । ସିସିଟିଭିରେ ଚୋରିର ଭିଡିଓ କଏଦ ହୋଇଛି । ଦୁର୍ଗାପୂଜା ପାଇଁ ମଣ୍ଡପ ନିକଟରେ ମାଳମାଳ ପୋଲିସ ଜଗିଛନ୍ତି । ଏହା ସହ ଅନେକ ସିସିଟିଭି ଲାଗିଛି । ହେଲେ ଲୁଟେରାଙ୍କ ଭୟ ନାହିଁ । ବିନା ଭୟରେ ଗଳି ପଶି ଗହଳି ଭିତରୁ ଆଖି ପିଛୁଳାକେ ମୋବାଇଲ୍ ଓ ପର୍ସ ଲୁଟି ନେଉଛନ୍ତି ।