ଏମଏସଏମଇ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ୪ଟି ବିଭାଗର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଏମଏସଏମଇ ବିଭାଗ ଓ ଦ୍ୱିତୀୟରେ ସଂସ୍କୃତି ଓ ପର୍ଯ୍ୟଚନ ବିଭାଗର ରିପୋର୍ଟ କାର୍ଡ ତର୍ଜମା କରାଯାଇଛି । ନବୀନ ସରକାରଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପୂର୍ତି ଅବସରରେ ବିଭାଗର କଣ ସବୁ ଲକ୍ଷ୍ୟ ପୂରଣ କରିଛି ତାର ସମୀକ୍ଷା କରିବା ସହ ଆଗାମୀ ୩ ବର୍ଷ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବା ଦିଗରେ ଆଲୋଚନା ହୋଇଛି । ସେହିପରି ଆଜି ହସ୍ତତନ୍ତ ଓ ବୟନ ଶିଳ୍ପ ଏବଂ ଅନୂସୁଚିତ ଜାତି ଓ ଜନଜାତି ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

୨୦୧୬-୧୭ ଆର୍ଥିକ ବର୍ଷରେ ୩୬ ହଜାର ଏମଏସଏମଇ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୮୫ ହଜାର ଏମଏସଏମଇ ପ୍ରତିଷ୍ଠା କରାଯିବା ସହ ୧ଲକ୍ଷ ୭୫ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । ଏମଆଇଟିଏସ ମେଗା ଫୁଡ ପାର୍କ, ହୁମା ମେଗା ଫୁଡ ପାର୍କ ଓ ପାରାଦୀପରେ ଉଡ କ୍ଲଷ୍ଟର କାର୍ଯ୍ୟକ୍ଷମ କରିବା ଲାଗି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବନ୍ଦ ପଡିଥିବା ଖଦି ସୋସାଇଟି ଗୁଡିକର ପୁନରୁଦ୍ଧାର ପାଇଁ ମଧ୍ୟ କହିଛନ୍ତି ନବୀନ । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ।

ଏହାସହ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରିପୋର୍ଟ କାର୍ଡ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପର୍ଯ୍ୟଟନର ବିକାଶ ପାଇଁ ଇଂଟରନ୍ୟାସନାଲ ରୁଲସ୍ ଉପରେ ଗୁରୁତ୍ୱ ଦିଆଯିବ । ଧଉଳି ସ୍ତୁପକୁ ଗ୍ରୀନ ବସ୍ ଚଳାଇବା ନେଇ ଯୋଜନା ହୋଇଛି । ଏହାସହ ନିମକୁଣ୍ଡ ଓ ଧଉଳିରେ ରୋପ୍ ୱେ ବ୍ୟବସ୍ଥା କରାଯିବ । ଭୁବନେଶ୍ୱରରେ ଓଡିଶା ଟ୍ରାଭେଲ ବଜାର ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡିକୁ ଭୁବନେଶ୍ୱରରୁ ସିଧାସଳଖ ବିମାନ ଉଡାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ । ଓଡିଶା ପର୍ଯ୍ୟଟନର ବିକାଶ ପାଇଁ ନବକଳେବରକୁ ନେଇ ନିର୍ମିତ ଫିଲ୍ମ ଗର୍ଡ ଓନ୍ ପିପୁଲରେ ବିଗ୍ ବି କଣ୍ଠଦାନ କରିବେ ବୋଲି କହିଛନ୍ତି ଅଶୋକ ପଣ୍ଡା । ଏହାସହ ଓଡିଆ ସଂସ୍କୃତି ଓ ଭାଷାର ପ୍ରଚାର ପ୍ରସାର ପାଇଁ ଜେଏନୟୁ ଓ ବିଏଚୟୁରେ ଓଡିଆ ବେଂଚ ପ୍ରତିଷ୍ଠା କରାଯିବ ।

ଏହା ସହ ଆଜି ୪ ଟି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ