ଗୁଳି ପରେ ଗାଳି

25

ପାରାଦୀପ : ପାରାଦୀପରେ ଗୁଳିକାଣ୍ଡକୁ ନେଇ ରାଜନୀତିର ଯୁଦ୍ଧ । ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ ଆଉ ପରସ୍ପର ମୁଣ୍ଡରେ ଅଠା ବୋଳାବୋଳି । ମୁହାଁମୁହିଁ ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦୀ । ପାରାଦୀପରେ ଯୁବ ବିଜେଡି ନେତାଙ୍କ ଉପରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଦାମ ରାଉତଙ୍କ ଟାର୍ଗେଟରେ ବାପି ସର୍ଖେଲ । ପରୋକ୍ଷରେ ସର୍ଖେଲଙ୍କୁ ଇଙ୍ଗିତ କରିଛନ୍ତି ଏହି ବରିଷ୍ଠ ମନ୍ତ୍ରୀ । ସେପଟେ ଏହି ଘଟଣା ପାଇଁ ଦାମ ରାଉତ ଓ ତାଙ୍କ ପୁଅଙ୍କୁ ଦାୟୀ କରିଛନ୍ତି ବାପି ସର୍ଖେଲ ।

vlcsnap-2016-05-30-18h16m18s178ରବିବାର ରାତି ପ୍ରାୟ ୧୦ଟାରେ ଦୁବୃର୍ତଙ୍କ ଗୁଳିରେ ଗୁରୁତର ହୋଇଥିଲେ ଯୁବ ବିଜେଡି ନେତା ଜ୍ୟୋତିକାନ୍ତ ଏବଂ ତାଙ୍କ ସହଯୋଗୀ ଆଶୁତୋଷ । ଏକାଧିକ ରାଉଣ୍ଡ ଗୁଳିମାଡ଼ର ଶିକାର ହୋଇଥିବା ଏହି ଦୁଇ ନେତା ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହେଲେ ଏହି ଗୁଳିକାଣ୍ଡ ପାଇଁ ବାପି ସର୍ଖେଲଙ୍କୁ ଦାମ ପରୋକ୍ଷରେ ଦାୟୀ କରିଥିବା ବେଳେ ସର୍ଖେଲ ଅଭିଯୋଗ କରିଛନ୍ତି ମନ୍ତ୍ରୀ ଦାମ ରାଉତଙ୍କ ପାଖ ଲୋକ ଅସାମାଜିିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ।

vlcsnap-2016-05-30-18h16m54s344ତେବେ ବାପି ସର୍ଖେଲ ଗଣମାଧ୍ୟମ ଆଗରେ ଏକ ଫଟୋ ଜାରି କରିଛନ୍ତି । ଆଉ ଅଭିଯୋଗ ଆଣିଛନ୍ତି ମୁନାପତି ମର୍ଡର ମାମଲାରେ ଜେଲଦଣ୍ଡରୁ ଫେରିଥିବା ଯୁବକଙ୍କୁ ମନ୍ତ୍ରୀ ତାଙ୍କ ଦଳରେ ସାମିଲ କରିଥିଲେ । ଯେଉଁ ମାନଙ୍କ ଉପରେ ଗୁଳିମାଡ଼ ହୋଇଛି ସେମାନେ ଦାମ ବାବୁଙ୍କ ପୁଅର ସହଯୋଗୀ । ପାରାଦୀପରେ ଯାହା କିଛି ବି ହେଉଛି ମନ୍ତ୍ରୀଙ୍କ ଇସାରାରେ ହେଉଛି ।