କଟକରେ ବଡଦିନ ଖୁବ୍ ଉତ୍ସାହରେ ପାଳନ : ଘରେ ଘରେ କେକ୍ କାଟିବା ସହ ପିଠାପଣା

32

କଟକ : କଟକରେ ମଧ୍ୟ ବଡ ଦିନକୁ ଖୁବ୍ ଉତ୍ସାହର ପାଳନ କରାଯାଉଛି । ପ୍ରଭୁ ଯୀଶୁଙ୍କ ଜନ୍ମ ଦିନକୁ ଖୁସି ବାଂଟିବାର ପର୍ବ ଭାବେ ପାଳନ କରୁଛନ୍ତି ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ । ଚର୍ଚ୍ଚଗୁଡିକରେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ସମୁହ ପ୍ରାର୍ଥନା କରିଛନ୍ତି ।

ଘରେ ଘରେ କେକ୍ କାଟିବା ସହ ପିଠାପଣା କରାଯାଇଛି । କଟକର ଚର୍ଚ୍ଚ ଗୁଡିକରେ ଅତି ସୁନ୍ଦରଭାବେ ସାଜସଜ୍ଜା କରାଯାଇଛି । କେତେକ ଚର୍ଚ୍ଚରେ ପ୍ରଭୁ ଯୀଶୁ ଯେଉଁଭଳି ଭାବେ ଏକ ମେଣ୍ଡାଶାଳରେ ଜନ୍ମ ଗ୍ରହଣ କରିଥିଲେ ସେହି ଦୃଶ୍ୟର ଅନୁରୁପ କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –