ଗୋଟିଏ ମଞ୍ଚରେ ଜିନପିଙ୍ଗ ଓ ମୋଦୀ, ପରସ୍ପର ମୁହଁକୁ ଚାହିଁଲେ ନାହିଁ କି ହାତ ମିଳାଇଲେ ନାହିଁ

303

କନକ ବ୍ୟୁରୋ : ଏସସିଓ ମଞ୍ଚରେ ଆଜି ଦେଖିବାକୁ ମିଳିଛି କିଛି ଅଲାଗ ଚିତ୍ର । ଗୋଟିଏ ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଠିଆ ହୋଇଥିଲେ ବି କେହି କାହାରିକୁ ଅନାଇ ନାହାଁନ୍ତି କି ହାତ ମିଳାଇ ନାହାଁନ୍ତି । ଆଉ ଏଥିରୁ ଅନୁମାନ କରିପାରୁଥିବେ ଭାରତ-ଚୀନ ସମ୍ପର୍କ କିପରି ରହିଛି । ଆଉ ଆଗକୁ ଏହା କଣ ହେବାକୁ ଯାଉଛି । ନିକଟରେ ଲଦାଖର ଗୋଗ୍ରା ଓ ହଟ ସ୍ପ୍ରିଗଂ ଅଂଚଳରୁ ଉଭୟ ଚୀନ ଓ ଭାରତର ସେନା ସମ୍ପୂର୍ଣ୍ଣ ଭାବେ ପଛକୁ ହଟିଛନ୍ତି । ଏହାପରେ ଏହି ବୈଠକ ବସିଛି । ତେଣୁ ଭାରତ ଏବଂ ଚୀନର ଆଭିମୁଖ୍ୟ କିପରି ରହିବ ତାହା ନଜର ରହିଥିଲା । ତେବେ ବୈଠକ ପୂର୍ବରୁ ଜିଏସଆଇରେ ସାମିଲ ହେବାକୁ ଚୀନ୍ ପ୍ରସ୍ତାବ ଦେଇଛି । ଆଉ ଭାରତ ଏହାକୁ ପ୍ରତ୍ୟାଖାନ କରିଥିବା ସୂଚନା ରହିଛି ।

ଚୀନ୍ ବିସ୍ତାରବାଦି ନୀତିକୁ ଆଗକୁ ନେବାକୁ ଚାହୁଁଛି । କିନ୍ତୁ ପଡୋଶୀ ଦେଶର ସହଯୋଗ ବିନା ଆଗକୁ ଯିବା ମଧ୍ୟ ସହଜ ନୁହୋଁ ତେଣୁ ଉଜବେକିସ୍ତାନରେ ଚାଲିଥିବା ସାଂଘାଇ କର୍ପୋସନ ଅର୍ଗାନାଇଜେସନ ବା ଏସସିଓ ବୈଠକ ପୂର୍ବରୁ ଜିଆସଆଇ ଗଠନ ପାଇଁ ପ୍ରସ୍ତାବ ଦେଇଥିଲ।। ଯାହାକୁ ଭାରତ ସମେତ ଅନେକ ଦେଶ ସହମତି ପ୍ରକାଶ କରି ନାହାନ୍ତି । ତେବେ ଜିଏସଆଇ କ’ଣ?
ଚୀନ୍ କାହିଁକି ଚାହୁଁଛି ଜିଏସଆଇ?
• ଜିଏସଆଇ: ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ୍
• ଏପ୍ରିଲ ୨୦୨୨ରେ ଜିଏସାଇ ପ୍ରସ୍ତାବ ଦେଇଥିଲେ ଜିନ୍ ପିଙ୍ଗ୍
• ସୀମା ସୁରକ୍ଷା ଏବଂ ବ୍ୟବସାୟ ବୃଦ୍ଧି, ବିବାଦର ସମାଧାନ ରହିଛି ଉଦ୍ଦେଶ୍ୟ
• ପାଶ୍ଚାତ୍ୟ ଦେଶର ପ୍ରଭାବକୁ ରୋକିବାକୁ ଜିଏସଆଇ କାମ କରିବ
• ‘କ୍ୱାର୍ଡ’ ବିରୋଧରେ ଏହି ସଂଗଠନ ତିଆରି କରିବାକୁ ଚାହୁଁଛି ବେଜିଂ
• ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା ‘କ୍ୱାର୍ଡ’ ସଦସ୍ୟ
• ଚୀନକୁ ଚେକ୍ ଦେବାକୁ ତିଆରି ହୋଇଛି ‘କ୍ୱାର୍ଡ’
• ଚୀନ୍ ଏବେ ‘ଜିଏସଆଇ’ ଜରିଆରେ ‘କ୍ୱାର୍ଡ’କୁ ଘେରିବାକୁ ଚାହୁଁଛି
• ଏଥିପାଇଁ ଭାରତର ସହଯୋଗ ଆବଶ୍ୟକ କରୁଛି ବେଜିଂ

ଚୀନ ପ୍ରଶାନ୍ତ ମହାସାଗରରେ ନିଜର ସାମରିକ ଶକ୍ତି ବୃଦ୍ଧି କରିବାକୁ ଯୋଜନା କରୁଛି । କିନ୍ତୁ କ୍ୱାର୍ଡ ଦେଶର ସାମିରକ ଶକ୍ତି ସକ୍ରିୟ ଥିବାରୁ ଚୀନ୍ ଆଗକୁ ବଢିବା ସମ୍ଭବ ହୋଇପାରୁନି । ଯାହା ଚୀନର ବିସ୍ତାରବାଦୀ ନୀତିକୁ ସଫଳ କରାଇ ଦେଉନି ।