ପିତାମାତାଙ୍କ ଜୀବନଶୈଳୀ ପିଲାଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ !

61

କୁହାଯାଏ ଅଭିଭାବକଙ୍କ କାର୍ଯ୍ୟକଳାପର ପ୍ରଭାବ ନିଜ ପିଲାଙ୍କ ଉପରେ ପଡିଥାଏ । ସେମାନଙ୍କୁ ତୁରନ୍ତ ଏହାକୁ ଅନୁକରଣ କରିନିଅନ୍ତି । ଏଣୁ ଆମର ପୁରାଣ ପୋଥି ଆଦିରେ କିଛି ଏମିତି ନୀତି ଉପଦେଶ ମାନ କୁହାଯାଇଛି । ଯାହାକି ଜାଣିବା ଦରକାର । ଏଣୁ ପିଲାଙ୍କ ସମ୍ମୁଖରେ ନିଜର ଚାଲି ଚଳନ , କଥାବର୍ତ୍ତା ସବୁଥିରେ ମାର୍ଜିତ କରିବା ଦରକାର । ଯାହାକି ପିଲାଙ୍କ ଠାରେ ପ୍ରତିଫଳିତ ହେବ ।

ଯଦି ପିଲାଙ୍କ ଆଗରେ ଧୂମପାନ ଓ ମଦ୍ୟପାନ କରିବାର ଅଭ୍ୟାସ ରଖିଥାନ୍ତି ତ ସତର୍କ ରହିଯା’ନ୍ତୁ । କାରଣ ଆପଣଙ୍କର ଅଭ୍ୟାସ ପିଲାଙ୍କ ଉପରେ ମଧ୍ୟ ପଡିଥାଏ । ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ, ପରିବାରରେ ମାତାପିତାଙ୍କ ଜୀବନଶୈଳୀ ଯୁବାବସ୍ଥା ପିଲାଙ୍କ ଉପରେ ପ୍ରଭାବ ପକାଇଥାଏ । ବଢୁଥିବା ପିଲାମାନେ ଏପରି ଜୀବନଶୈଳୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଥା’ନ୍ତି । ଯଦି ଜଣେ ୧୨ ବର୍ଷ ପିଲାର ବାପା ଧୂମପାନ କରୁଥିବ , ତେବେ ପିଲାଟି ବଡ ହେଲେ ସେହି ଅଭ୍ୟାସକୁ ଆପଣେଇ ଥାଏ ।

ଏହି ଅଧ୍ୟୟନରୁ ଜଣାପଡିଛି ଯେ ମାତାପିତାଙ୍କ ଦ୍ୱାରା ଦୁଇଟି ଭିନ୍ନ ଜୀବନଶୈଳୀ ଦ୍ୱାରା ପିଲାମାନେ ପ୍ରଭାବିତ ହୋଇଥା’ନ୍ତି । ପ୍ରଥମଟି ହେଲା ଛୋଟବେଳେର ଖରାପ ପରିବେଶ , ଆର୍ଥିକ ସମସ୍ୟା ଓ ଦ୍ୱିତୀୟଟି ମାତାପିତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯାହା ପିଲାଙ୍କୁ ପ୍ରଭାବିତ କରିଥାଏ । ଏହା କେବଳ ପିଲାଙ୍କ ଜୀବନଶୈଳୀକୁ ପ୍ରଭାବିତ କରିନଥାଏ ବରଂ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ । ଯେମିତି ପିଲାଟି ବଡ ହୋଇ ଅତ୍ୟଧିକ ମଦ୍ୟପାନ ଦ୍ୱାରା ମୋଟାପଣର ଶିକାର ହେବାକୁ ପଡେ ।

ଉକ୍ତ ଅଧ୍ୟୟନରେ ୫୦ ଓ ତା’ ଠାରୁ ଅଧିକ ବୟସର ୨୧,୦୦୦ ପ୍ରତିଯୋଗୀଙ୍କୁ ସାମିଲ୍ କରାଯାଇଥିଲା । ଏହି ଟିମ୍ ପ୍ରତିଯୋଗୀଙ୍କର ବର୍ତ୍ତମାନର ଧୂମପାନ ଅଭ୍ୟାସ , ମୋଟାପଣ , ମାତାପିତାଙ୍କ ଚାକିରି ,ଦୀର୍ଘାୟୁ ଏବଂ ମଦ୍ୟପାନ ଅଭ୍ୟାସକୁ ନିଜର ପିଲାବେଳ ଅଭ୍ୟାସ ସହ ତୁଳନା କରିଥିଲେ । ପରିଣାମ ସ୍ୱରୂପ ଜଣାପଡିଥିଲା ଯେ ମାତାପିତାଙ୍କ ଅଭ୍ୟାସ ଏବଂ ଜୀବନଶୈଳୀ ବଢୁଥିବା ପିଲା ଉପରେ ଅଧିକ ପଡିଥାଏ । ଯଦି ଜଣେ ଝିଅର ମା’ ଧୂମପାନ କରୁଥିବ ତେବେ ଝିଅଟି ମଧ୍ୟ ଧୂମପାନ କରିଥାଏ । କିନ୍ତୁ ପୁଅ ନୁହେଁ । ଯଦି ପୁଅର ବାପା ଧୂମପାନ କରୁଥାନ୍ତି, ତ ପୁଅ ମଧ୍ୟ ବଡ ହେଲେ ସେହି ଅଭ୍ୟାସକୁ ଆପଣେଇବାର ସମ୍ଭାବନା ରହିଛି ।

ଏଣୁ ଆଜିର ଆଧୁନିକତାର ଚାକ୍ୟଚକ୍ୟର ବଶବର୍ତ୍ତୀ ହୋଇ କିଛି ଅଭିଭାବକ ଏମିତି କିଛି କାମ କରିବସନ୍ତି , ଯାହା ତାଙ୍କର ପିଲାମାନଙ୍କ ଉପରେ ପ୍ରଭାବ ପକାଏ । ଆଉ ଏହାକୁ ସୁଧାରିଲା ବେଳେକୁ ସମୟ ନଥାଏ ।