ବିଜୁଳି ମାରିବାର ଦୃଶ୍ୟକୁ କ୍ୟାମେରାରେ କଏଦ୍ କରିବା ପଡ଼ିଲା ମହଙ୍ଗା ! ମୁହୂର୍ତ୍ତକେ ମଧ୍ୟରେ ଚାଲିଗଲା ଜୀବନ

61

ଦିନକୁ ଦିନ ମୋବାଇଲ ଫାଟିବା ତଥା ଇନୟଫୋନ ଯୋଗୁଁ ମୃତ୍ୟୁ ଆଦି ଅନେକ ଖବର ଆପଣ ବଢ଼ିବାରେ ଲାଗିଛି । ତଥାପି ଲୋକେ ସଚେତନ ହେଉନାହାନ୍ତି । ସେଲ୍ଫି ନିଶା ହେଉ କି ଫଟୋ ଉଠାଇବାର ନିଶା ଯୋଗୁଁ ଶେଷର ଜୀବନ ହାରିବା ପାଇଁ ପଡ଼ୁଛି । ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ମଧ୍ୟ ଲୋକଙ୍କ ମନରେ ପରିବର୍ତ୍ତନ ଆଣିପାରୁନାହିଁ । ଗ୍ୟାଜେଟ୍ ବ୍ୟବହାରର ନିଶା ପାଇଁ ଲୋକଙ୍କର ପ୍ରାଣବାୟୁ ଉଡ଼ିଯାଉଛି । ଗତ କିଛି ଦିନ ଭିତରେ ଏପରି ଖବର ବାରମ୍ଭାର ଶୁଣିବା ପାଇଁ ମିଳୁଛି । ପୁଣି ଆଉ ଏକ ଏପରି ଖବର ଆସିଛି ଚେନ୍ନାଇରୁ ।

ଚେନ୍ନାଇରେ ମୋବାଇଲରେ ଫଟୋ ଉଠାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ ବ୍ୟକ୍ତିଙ୍କ ନାମ ଏଚ୍‌.ଏମ୍‌ .ରମେଶ  ବୟସ ୪୩ବର୍ଷ ପାଖାପାଖି ହୋଇଥିବା ଅନୁମାନ କରାଯାଇଛି।

ସୂଚନାଯୋଗ୍ୟ, ମୃତ ବ୍ୟକ୍ତିଜଣକ ବୁଧବାର ତାଙ୍କ ମୋବାଇଲରେ ଫଟୋ ଉଠାଉଥିଲେ । ଏହି ସମୟରେ ବିଜୁଳି ମାରିବାe ଥିଲା । ସେ ଏହି ବିଜୁଳିର ଦୃଶ୍ୟକୁ କ୍ୟାମେରାରେ କୈଦ୍‌ କରିବାକୁ ଯାଉଥିଲେ । ଯାହାକି ତାଙ୍କୁ ମହଙ୍ଗା ପଡ଼ିଥିଲା । ଏହି ଘଟଣା ତାମିଲନାଡ଼ୁର ଥିରୁ ଭିଲ୍ଲାର ଜିଲ୍ଲାରେ ଘଟିଛି। ସନ୍ନାମପୁକ୍କୁଲାମଠାରେ ବନ୍ଧୁଙ୍କ ସ୍ରିମ୍ପ ଫାର୍ମକୁ ଏଚ୍‌.ଏମ୍‌ .ରମେଶ ବୁଲିଆସିଥିଲେ ।

ଅପରାହ୍ନ ୩ଟା ୩୦ ମିନିଟ ସମୟରେ ହଠାତ୍‌ ବିଜୁଳି ମାରୁଥିଲା । ଏହି ଦୃଶ୍ୟକୁ ମୋବାଇଲରେ କୈଦ୍‌ କରିବାକୁ ଯାଉଥିବା ସମୟରେ ପୁଣି ଏକ ବିଜୁଳି ମାରିଥିଲା । ଯେଉଁଥିରେ ତାଙ୍କ ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେସଙ୍ଗେ ବନ୍ଧୁ ତୁରନ୍ତ ରମେଶଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହାପରେ ପୁଲିସ ରମେଶଙ୍କ ମୃତଦେହକୁ ପୋନେରି ସରକାରୀ ହସ୍ପିଟାଲକୁ ପଠାଇଥିଲା । ମୃତ ରମେଶର ୩୮ ବର୍ଷୀୟା ପତ୍ନୀ ଉମା ଏବଂ ଜିୟା ନାମକ ୧୩ ବର୍ଷର ଝିଅ ଅଛି । ଏହି ଘଟଣାପରେ ତିରୁଭଲ୍ଲାର ଜିଲ୍ଲାରେ ପୁଲିସ ଜନସାଧାରଣଙ୍କୁ ବିଜୁଳି ମାରୁଥିବା ସମୟରେ ଫଟୋ ନ ଉଠାଇବାକୁ ସତର୍କ କରାଇ ଦେଇଛି ।