ଚାଟ୍ ଜିପିଟି ଆଣିଲା ଏହି ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବାର୍ଷିକ ୪ କୋଟି ଟଙ୍କା ଦରମାରେ ମିଳିବ ଚାକିରି

621

କନକ ବ୍ୟୁରୋ : ଚାଟ୍ ଜିପିଟି ବା ଅନ୍ୟକିଛି କୃତ୍ରିମ ମେଧା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବଢୁଥିବା ଶକ୍ତିକୁ ନଜରରେ ରଖି ଏବେ ଲୋକମାନେ ସେମାନଙ୍କର ଚାକିରିର ସ୍ଥାୟୀତ୍ୱ ଉପରେ ସନ୍ଦେହ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ଠିକ୍ ଏହି ସମୟରେ ଚାଟ୍ ଜିପିଟି ପ୍ରସ୍ତୁତ କରିଥିବା କମ୍ପାନୀ ଓପନ ଏଆଇ ତରଫରୁ କିଛି ନିଯୁକ୍ତି ସୂଚନା ମିଳିଛି । ଯେଉଁ ପୋଷ୍ଟ ପାଇଁ କମ୍ପାନୀ ନିଯୁକ୍ତି ବିଜ୍ଞାପନ ଦେଇଛି ସେହି ପୋଷ୍ଟରେ ଯେଉଁମାନଙ୍କୁ ନିଯୁକ୍ତି ମିଳିବ ସେମାନଙ୍କର ବାର୍ଷିକ ଦରମା ୩.୭ କୋଟି ଟଙ୍କା ବୋଲି କମ୍ପାନୀ କହିଛି ।

ଏନେଇ କମ୍ପାନୀ ତରଫରୁ ଏବେ ପ୍ରାର୍ଥୀ ଖୋଜା ଚାଲିଛି । ଏହି ସୂଚନା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସେୟାର କରିଛନ୍ତି । ଓପନଏଆଇ ଗତବର୍ଷ ଚାଟ୍ ଜିପିଟି ଲଂଚ୍ କରିଥିଲା ଓ ସେବେଠାରୁ ଏହି ଚର୍ଚ୍ଚା ଜୋର ଧରିଛି    ।

ଏହି ପ୍ଲାଟଫର୍ମ ଆସିବା ପରେ ଅନେକ ଲୋକଙ୍କର ଚାକିରି ଏବେ ସଂକଟରେ ରହିଛି । କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ଜଣେ ଅଧିକାରୀ କହିଛନ୍ତି କି, କମ୍ପାନୀ ତରଫରୁ ଏବେ ନୂଆ ପ୍ରାର୍ଥୀ ଖୋଜା ଚାଲିଛି । ସେହି ପ୍ରାର୍ଥୀମାନେ କୋଡିଂ, ମେସିନ ଲର୍ନିଂ ଓ ଚାଟ୍ ଜିପିଟି ବାବଦରେ ଆଉକିଛି ଜାଣିଥିବା ଦରକାର । ଏଥିପାଇଁ କମ୍ପାନୀ ସେମାନଙ୍କୁ ବାର୍ଷିକ ୩.୭ କୋଟି ଟଙ୍କା ଦରମାରେ ନିଯୁକ୍ତି ଦେବ ।

ଓପନଏଆଇର ସୁପର ଅଲାଇନମେଣ୍ଟ ଟିମର ମୁଖ୍ୟ ଜନ୍ ଲେକି ଏହି ଚାକିରି ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏହା ଏକ ରିସର୍ଚ୍ଚ ବେସ୍ ଚାକିରି ଓ ଏବେ ଏନେଇ ପୋଷ୍ଟଗୁଡିକ ଖାଲି ପଡିଛି । ଏନେଇ କମ୍ପାନୀ ତରଫରୁ ଅନେକ ରିସର୍ଚ୍ଚ ଇଂଜିନିୟର, ରିସର୍ଚ୍ଚ ମ୍ୟାନେଜର ଓ ରସର୍ଚ୍ଚ ବୈଜ୍ଞାନିକ ଖୋଜୁଛି ।