ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଚାର୍ଜସିଟ୍ ଦାଖଲ, ଆଶିଷ ମିଶ୍ରା ଦୋଷୀ ସାବ୍ୟସ୍ତ !

146

କନକ ବ୍ୟୁରୋ : ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ଗାଡି ଚଢାଇ ମାରିଦେବା ମାମଲାରେ କୋର୍ଟ ୧୪ ଜଣ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ହତ୍ୟା ଓ ଅନ୍ୟ ଧାରାରେ ଦୋଷୀ କରାଯାଇଛି । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ।

୨୦୨୧ ଡିସେମ୍ବର ୫ ତାରିଖରେ ଆଶିଷ ମିଶ୍ରାଙ୍କ ସହ ମୋଟ ୧୪ ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଏହି ଜାମିନ ଆବେଦନରେ ଅଭିଯୁକ୍ତମାନେ ନିଜ ପକ୍ଷ ରଖି କହିଥିଲେ କି ସେମାନେ ଏହି ହିଂସାରେ ସାମିଲ ନାହାଁନ୍ତି । ଏହି କାରଣରୁ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ସେମାନେ କୋର୍ଟରେ ଆବେଦନ କରିଥିଲେ । ମାତ୍ର କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

ସୂଚନା ମୁତାବକ ଏଡିଜେ ଫାଷ୍ଟ ସୁଶୀଲ ଶ୍ରୀବାସ୍ତବ କୋର୍ଟର ଧାରା ୧୪୭, ୧୪୮, ୧୪୯, ୩୨୬, ୩୦, ୩୦୨, ୧୨୦(ବି), ଓ ଧାରା ୧୭୭ ମୁତାବକ ଅଭିଯୋଗ ସ୍ଥିର କରିଛନ୍ତି । ଏନେଇ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି ।

କହିରଖୁ କି ୨୦୨୧ ମସିହାରେ ଦେଶରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ କୃଷକମାନେ ରାସ୍ତାରେ ଆନ୍ଦୋଳନ ଚଳାଇଥିଲେ । ଅଭିଯୋଗ ଥିଲା କି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଏହାକୁ ବିରୋଧ କରି କୃଷକଙ୍କ ରାଲି ଉପରକୁ ଗାଡି ଚଢାଇ ଦେଇଥିଲେ । ଏହାପରେ ଦେଖାଦେଇଥିବା ହିଂସାରେ ୪ ଜଣ କୃଷକଙ୍କ ସହ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।