ଆନ୍ଧ୍ରପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପରୁ ହଟିଲା ସୁରକ୍ଷା ! ଏୟାରପୋର୍ଟରେ କରାଗଲା ଚେକିଙ୍ଗ୍ , ଘଟଣାକୁ ନିନ୍ଦା କଲା ଟିଡିପି ।

1,114

ଆନ୍ଧ୍ରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷାକୁ ହଟାଇ ଦିଆଯାଇଛି । ରାଜ୍ୟର ଗନ୍ନବରମ୍ ଏୟାରପୋର୍ଟରେ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଶୁକ୍ରବାର ମଧ୍ୟରାତ୍ରିରେ ଚେକିଙ୍ଗ୍ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେବଳ ଏତିକି ନୁହଁ ତାଙ୍କ ଠାରୁ ଭିଆଇପି ସୁବିଧାରୁ ମଧ୍ୟ ବଞ୍ôଚତ କରାଯାଇଛି । ତାଙ୍କୁ ସାଧାରଣ ଯାତ୍ରୀମାନଙ୍କ ସହ ଯାତ୍ରା କରିବାକୁ ପଡିଛି ।

ଆନ୍ଧ୍ରପ୍ରଦେଶ ବିଧାନସଭାରେ ବିପକ୍ଷ ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଡ୍ + ସୁରକ୍ଷା ମିଳିଛି । ଯେଉଁଥିରେ ୨୪ ଘଣ୍ଟାରେ ତାଙ୍କ ସହ ୨୩ ଜଣ ସୁରକ୍ଷାକର୍ମୀ ଏବଂ ଏସକାର୍ଟ ଗାଡି ରହୁଛନ୍ତି । ୨୦୦୩ ରେ ତିରୁପତିର ଅଲିପିରିରେ ମାଓବାଦୀମାନେ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲେ । ଏହା ପରଠାରୁ ତାଙ୍କୁ ଜେଡ୍ + ସୁରକ୍ଷା ମିଳିଛି । ଏହି ଘଟଣାରେ ଟିଡିପି ତରଫରୁ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପାର୍ଟି ତରଫରୁ ଅଭିଯୋଗ ଲଗାଯାଇଛି କି ବିଜେପି ଏବଂ ବାଇଏସଆର୍ କଂଗ୍ରେସ ପାର୍ଟି ପ୍ରତିଶୋଧର ରାଜନୀତି କରୁଛି । ଟିଡିପି କହିଛି ଯେ ଚନ୍ଦ୍ରବାବୁ ନାଇଡୁ ଭାରତୀୟ ରାଜନୀତିରେ ଜଣେ ସମ୍ମାନୀୟ ବ୍ୟକ୍ତି ଏବଂ ତାଙ୍କ ସହ ଏଭଳି ବ୍ୟବହାର ନିନ୍ଦନୀୟ ।