କଟକ ବକ୍ସିବଜାରରେ ଚେନ୍ ଲୁଟେରାକୁ ଧରିଲେ ଲୋକେ, ପୋଲିସ୍ ପହଁଚିବା ପୂର୍ବରୁ ପ୍ରବଳ ପିଟିଲେ

418

କନକ ବ୍ୟୁରୋ: ଚେନ୍ ଲୁଟୁଥିବାବେଳେ ଧରାପଡ଼ିଲେ ପ୍ରବଳ ଛେଚା ଖାଇଲେ ଚେନ୍ ଲୁଟେରା । କଟକବ ବକ୍ସିବଜାର ଛକରେ ଚେନ୍ ଲୁଟେରାକୁ କାବୁ କରି ପ୍ରବଳ ପିଟିଲେ ଲୋକେ । ମିଳିଥିବା ସୂଚନା ମୁତାବକ କଟକ ବକ୍ସି ବଜାର ଛକରେ ଜଣେ ଯୁବକ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଚେନ୍ ଝାମ୍ପି ଖସି ପଳାଉଥିଲେ । ତେବେ ମହିଳା ଜଣଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରିବା ସହ ଉତ୍ତମ ମଧ୍ୟମ ଦେଇଛନ୍ତି ।

ଆଉ ଠିକ୍ ଏହାର କିଛି ସମୟ ପରେ ସେଠାରେ କ୍ୟଣ୍ଟନମେଣ୍ଟ ଥାନା ଗାଡି ପହଁଚି ଲୁଟେରାକୁ କାବୁ କରିବା ସହ ନିଜ ଆଡୁ ମାମଲା ରୁଜୁ କରିଛି । ତେବେ ଲୁଟେରାକୁ ପୋଲିସ ଜିମା ଦେବା ସ୍ଥାନୀୟ ଲୋକେ ଆଇନକୁ ହାତକୁ ନେବା କେତେକ ନାପସନ୍ଦ ମଧ୍ୟ କରିଛନ୍ତି । ତେବେ ଆଗକୁ ପୁଜା ଆସୁଥିବାରୁ ଏଭଳି ଦିନ ଦ୍ୱିପ୍ରହରରେ ଏଭଳି ଛିନତଇ ସହରରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ତାହା ପଦାରେ ପଡ଼ିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ଉଠିଛି ।

ଅନ୍ୟପଟେ ଦିନକୁ ଦିନ ଛିନତାଇ ଘଟଣା ଦୈତ୍ୟନଗରୀରେ ପୁଲିସର ମୁଣ୍ଡବ୍ୟଥା ପାଲଟିଥିବାବେଳେ ଆଗକୁ ପାର୍ବଣର ଋତୁ ଆସୁଥିବାରୁ ଏଥି ପ୍ରତି ଅଧିକ ଫୋକସ୍ ଦେଇ ପୋଲିସକୁ ଆକ୍ଟିଭ୍ ହେବାକୁ ପଡ଼ିବ ବୋଲି କହିଛନ୍ତି ସାଧାରଣ ଲୋକେ ।