ବୁଲା ଗାଇଗୋରୁଙ୍କ କବଜାରେ ସ୍ମାର୍ଟସିଟି ରାଉରକେଲା, ରାଜରାସ୍ତାରେ ରାଜ୍ କରୁଛନ୍ତି ପଲପଲ ଗୃହପାଳିତ ପଶୁ ।

197

କନକ ବ୍ୟୁରୋ: ବୁଲା ଗାଇଗୋରୁ ଓ ମଇଁଷିଙ୍କ କବଜାରେ ସ୍ମାର୍ଟସିଟି ରାଉରକେଲାର ରାଜରାସ୍ତା । ଦିନ ହେଉ ବା ରାତି, ସବୁ ବେଳେ ରାସ୍ତାରେ ରାଜ୍ କରୁଛନ୍ତି ବୁଲା ଗୋରୁଗାଇ । ରାସ୍ତା ଉପରେ ସବୁ ବେଳେ ଟହଲ ମାରୁଛନ୍ତି ପଲପଲ ମଇଁଷି ଓ ଗୋରୁଗାଇ । ଦିନେ କି ଦୁଇ ଦିନ ନୁହେଁ, ବର୍ଷବର୍ଷ ଧରି ରାଜରାସ୍ତା ଉପରେ ଏଭଳି ଅବସ୍ଥା ଜାରି ରହିବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି, ହେଲେ ଏଥିପ୍ରତି ଆରଏସପି କି ଆରଏସପି କର୍ତୃପକ୍ଷଙ୍କର ନଜର ନଥିବା ଅଭିଯୋଗ ହୋଇଛି ।

ସ୍ମାର୍ଟ ସିଟି ରାଉରକେଲା ରାଜରାସ୍ତାର ଦୃଶ୍ୟ ଏବେ ଆପଣଙ୍କ ସାମ୍ନାରେ । ଇଏ ହେଉଛି ରିଂ ରୋଡର ସ୍ଥିତି । ଦିନ ରାତି ୨୪ ଘଂଟା ଏହିଭଳି ଭାବେ ରାସ୍ତା ଉପରେ ବିନ୍ଦାସ୍ ବୁଲନ୍ତି ବୁଲା ଗାଇଗୋରୁ ଓ ମଇଁଷି । ଷ୍ଟିଲ ସିଟିର ପ୍ରମୁଖ ରାସ୍ତାରେ ରାଜ୍ କରୁଥିବା ଏହି ଗୃହପାଳିତ ପଶୁଙ୍କ ଯୋଗୁଁ ଛୋଟବଡ ଦୁର୍ଘଟଣା ବି ଘଟିଥାଏ । ଆଉ ଏହାଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହୋଇଥାନ୍ତି ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ । ଏମାନଙ୍କ ଅବାଧ ଚଳପ୍ରଚଳ ଉରରେ ଅଙ୍କୁଶ ଲଗାଇବା ପାଇଁ ସହରବାସୀ ବାରମ୍ବାର ଦାବି କରିଥିଲେ ବି ଉଭୟ ଆରଏମସି କି ଆରଏସପି କର୍ତ୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି ।

ରାଉରକେଲା ସହରରେ ବୁଲୁଥିବା ଗାଇଗୋରୁଙ୍କ ପାଇଁ କାଞ୍ଜିଆହୁଦା ଅଛି ହେଲେ କାମରେ ଆସୁନି । ରାଜରାସ୍ତାରେ ଗୃହପାଳିତ ପଶୁଙ୍କ ବେଆଇନ୍ ବିଚରଣ ପ୍ରସଙ୍ଗରେ ମହାନଗର ନିଗମ କର୍ତୃପକ୍ଷ କହିଛନ୍ତି, ଆବଶ୍ୟକକ ମାନବ ସମ୍ବଳ ନଥିବାରୁ ବୁଲା ଗାଇଗୋରୁଙ୍କୁ ଧରି ମାଲିକଙ୍କ ଠାରୁ ଜରିମାନା ଆଦାୟ କରି ଛାଡି ଦେଉଛନ୍ତି । ସେପଟେ ଅଭିଯୋଗ ସ୍ୱୀକାର କଲେ ଏବଂ ଅସହାୟତା ପ୍ରକାଶ କରିଛନ୍ତି ଆରଏମସି । ତେବେ ଆରଏମସି ପାଖରେ ଅନୁଦାନ ନଥିବାରୁ ସହର ଭିତରୁପ ଖଟେଇ ହଟେଇ ପାରୁନି କି ସହର ବାହାରେ ବୁଲା ଗାଇଗୋରୁଙ୍କ ଥଇଥାନ କରି ପାରୁନି । ତେବେ ଏବେ ଅପେକ୍ଷା କେବେ ଏନେଇ ପ୍ରକ୍ରିୟା ଆରମ୍ଭ ହେବ ଆଉ ଏମାନଙ୍କ ଦାଉରୁ ସହରବାସୀ ତ୍ରାହି ପାଇବେ ।