ପ୍ରଚାର ପ୍ରିୟ ପ୍ରଧାନମନ୍ତ୍ରୀ, ଭାବମୂର୍ତ୍ତି ପାଇଁ ଖର୍ଚ୍ଚ କରିଛନ୍ତି ୫ ହଜାର ୨୦୦କୋଟି ।

ବିଜ୍ଞାପନ ବାବଦରେ ବିଜେପି ସରକାର ଗତ ୨୦୧୪ରୁ କ୍ଷମତାକୁ ଆସିବା ପରେ ପାଖାପାଖି ୫ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ।

474

କନକ ବ୍ୟୁରୋ: ପ୍ରଚାର ମାନିଆ ମୋଦି ସରକାର ।  ୨୦୧୪ରୁ ବିଜ୍ଞାପନ ପାଇଁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୫ ହଜାର ୨୦୦ କୋଟି । ଏନେଇ ଲୋକସଭାରେ ଲିଖିତ ଭାବେ ଉତ୍ତର ରଖିଛନ୍ତି କେନ୍ଦ୍ର ସୁଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । ବିଜ୍ଞାପନ ବାବଦରେ ବିଜେପି ସରକାର ଗତ ୨୦୧୪ରୁ କ୍ଷମତାକୁ ଆସିବା ପରେ ପାଖାପାଖି ୫ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ।

ଲୋକସଭାରେ କେନ୍ଦ୍ରମନ୍ତ୍ରୀ ରଖିଥିବା ଲିଖିତ ତଥ୍ୟ ମୁତାବକ, ୨୦୧୪-୧୫ ମସିହାରେ ୯୭୯ କୋଟି, ୨୦୧୫-୧୬ ବର୍ଷରେ ୧୧୬୦ କୋଟି, ୨୦୧୬-୧୭ ବର୍ଷରେ ୧୨୬୪ କୋଟି ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ୧୩୧୩ କୋଟି ଟଙ୍କା ବିଜ୍ଞାପନ ବାବଦରେ ମୋଦି ସରକାର ଖର୍ଚ୍ଚ କରିଛନ୍ତି । ଏହାସହ ଆଗୁଆ ୨୦୧୮-୧୯ ପାଇଁ ମଧ୍ୟ ୫୨୭ କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ।

କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ମୁତାବକ ବିଜେପି ସରକାର ସବୁଠାରୁ ଅଧିକ ଖର୍ଚ୍ଚ ଯଥା ୨ ହଜାର ୩୧୨ କୋଟି ଟଙ୍କା ବୈଦ୍ୟୁତିକ ଗଣମାଧ୍ୟମ, କମ୍ୟୁନିଟି ରେଡିଓ, ଡିଜିଟାଲ ସିନେମା ଜରିଆରେ ଖର୍ଚ୍ଚ ହୋଇଥିବାବେଳେ ୨ ହଜାର ୨୮୨ କୋଟି ଟଙ୍କା ସମ୍ବାଦ ପତ୍ରିକା କେନ୍ଦ୍ର ସରକାରଙ୍କ ବିଜ୍ଞାପନ ବାବଦରେ ଖର୍ଚ୍ଛ କରିଛନ୍ତି । ଏବଂ ୬୫୧ କୋଟି ଟଙ୍କା ବାହ୍ୟ ପ୍ରଚାର ପ୍ରସାରରେ ଖର୍ଚ୍ଚ କରିଛନ୍ତି ମୋଦି ସରକାର । ଏଭଳି ବ୍ୟୟବହୁଳ ବିଜ୍ଞାପନ ଖର୍ଚ୍ଚ ଟେଲିଭିଜନ, ଇଂଣ୍ଟର ନେଟ, ଏମଏମଏମସ ମଧ୍ୟମରେ ବ୍ୟୟ କରାଯାଇଛି ।