କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର : ଏକାଥରକେ ମିଳିବ ଦୁଇ ବର୍ଷର ବକେୟା ବୋନସ୍
କନକ ବ୍ୟୁରୋ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର । ଏହି ଖବର ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଦୁଇ ବର୍ଷର ବକେୟା ବୋନସ ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆନ୍ତ ମନ୍ତ୍ରୀସ୍ତ୍ରରୀୟ ବୈଠକରେ ଦେଇଥିବା ସୁପାରିସ ଅନୁସାରେ ଏହା ହୋଇଛି ବୋଲି ଜେଟଲି କହିଛନ୍ତି । ୨୦୧୪-୧୫, ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଦେବାକୁ ଥିବା ଏହି ବୋନସକୁ କେନ୍ଦ୍ର ସରକାର ତୁରନ୍ତ ଦେବା ପାଇଁ ନିଷ୍ପତି ନେଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାଛଡା ଆଗକୁ ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ କର୍ମଚାରୀ ମାନେ ଦରମା ଓ ଭତା ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଆସନ୍ତା ୨ ତାରିଖରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଭାରତ ବନ୍ଦ କରିବାକୁ ଆହ୍ୱାନ ଦେଇଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଘୋଷଣା କରିଛନ୍ତି। ଟ୍ରେଡ ୟୁନିଅନର ଅଧିକାଂଶ ଦାବିକୁ ସରକାର ମାନି ନେଇଥିବା ଜଣାପଡିଛି।