ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସିବିଏସଇର ବଡ଼ ନିଷ୍ପତ୍ତି । ୨୦୨୨-୨୩ ଶିକ୍ଷାବର୍ଷରେ ପୁରୁଣା ଢ଼ାଞ୍ଚାରେ ହେବ ପରୀକ୍ଷା

910

କନକ ବ୍ୟୁରୋ : ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସିବିଏସଇର ବଡ଼ ନିଷ୍ପତ୍ତି । ୨୦୨୨-୨୩ ଶିକ୍ଷାବର୍ଷରେ ପୁରୁଣା ଢ଼ାଞ୍ଚାରେ ହେବ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଏକକ ବୋର୍ଡ ପରୀକ୍ଷା କରାଯିବ । ଟର୍ମ-୧ ଓ ଟର୍ମ -୨ ବଦଳରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢାଯିବା ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି । କରୋନା ଯୋଗୁ ଦୁଇବର୍ଷ ହେବ ପିଲାଙ୍କ ପାଠପଢା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା ।

ମୋଟ୍ ସିଲାବସ୍ ପଢାଯିବା ବଦଳରେ ୩୦ ପ୍ରତିଶତ ସିଲାବସ୍ କାଣ୍ଟଛାଣ୍ଟ କରାଯାଇ ପଢାଯାଇଥିଲା । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅଫଲାଇନ୍ ପାଠପଢା ମଧ୍ୟ ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ଶତପ୍ରତିଶତ ସିଲାବସରେ ପିଲାଙ୍କୁ ଶିକ୍ଷା ଦିଆଯିବ । ସିବିଏସ୍ଇ ବୋର୍ଡ ଆଧାରରେ ଓଡ଼ିଶା ବୋର୍ଡ ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ସିଲାବସରେ ପିଲାଙ୍କୁ ପଢାଇବାକୁ ରୂପରେଖ ପ୍ରସ୍ତୁତ କରିଛନ୍ତି ।

ପିଲାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ପରୀକ୍ଷା କରାଯାଇ ପାଠପଢ଼ାକୁ ଅଧିକ ସରଳ କରାଯାଇଥିଲା। ସିବିଏସ୍‌ଇ ପକ୍ଷରୁ ନଭେମ୍ବର/ଡିସେମ୍ବର ମାସରେ ମଲ୍‌ଟି ଚଏସ୍‌ ଫର୍ମାଟରେ ଟର୍ମ-୧ ପରୀକ୍ଷା ହୋଇଥିବା ବେଳେ ଏପ୍ରିଲ ୨୬ରୁ ଟର୍ମ-୨ ପରୀକ୍ଷା କରାଯିବ । ୨୦୨୦ ଜାତୀୟ ଶିକ୍ଷା ନୀତି ଆଧାରରେ ଦୁଇଟି ପରୀକ୍ଷା ଢ଼ାଞ୍ଚା ଜାରି ରହିବ ବୋଲି ଆକଳନ କରାଯାଉଥିଲା । ମାତ୍ର ଏବେ କୌଣସି ପରିବର୍ତ୍ତନ ନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।

ପୂର୍ବ ଢାଞ୍ଚା ଅନୁଯାୟୀ ଏକକ ବୋର୍ଡ ପରୀକ୍ଷା ସପକ୍ଷରେ ଅଂଶୀଦାରମାନେ ମତପ୍ରକାଶ କରିଛନ୍ତି । ଏବେ ସ୍ଥିତିରେ ସୁଧାର ଆସିଛି । ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା‌ରୁ ସମ୍ପୂର୍ଣ୍ଣ ଶତପ୍ରତିଶତ ସିଲାବସ୍‌ରେ ପିଲାଙ୍କୁ ଶିକ୍ଷା ଦିଆଯିବ । ସିଆଇଏସ୍‌ସିଇ ବୋର୍ଡ ମଧ୍ୟ ସମାନ ଢାଞ୍ଚା ଆପଣାଇବାକୁ ନିଷ୍ପତ୍ତି ନେଇଛି । ତେଣୁ ସିବିଏସ୍‌ଇ ବୋର୍ଡ ଆଧାରରେ ଓଡ଼ିଶା ବୋର୍ଡଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ସିଲାବସ୍‌ରେ ପିଲାଙ୍କୁ ପଢ଼ାଇବାକୁ ରୂପରେଖ ପ୍ରସ୍ତୁତ କରିଛନ୍ତି ।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ ପିଲାଙ୍କୁ ସମ୍ପୂର୍ଣ୍ଣ ସିଲାବସ୍‌ରେ ଶିକ୍ଷା ଦେବାକୁ ନିଷ୍ପତ୍ତି ହୋଇଛନ୍ତି । କେବେଠାରୁ ପାଠପଢ଼ା ଆରମ୍ଭ ହେବ ? କେବେ ପରୀକ୍ଷା କରାଯିବ ? ଦଶମ ଓ ଦ୍ବାଦଶ ଶ୍ରେଣୀରେ ଷାଣ୍ମାସିକ ପରୀକ୍ଷା କେଉଁ ସମୟରେ ଅନୁଷ୍ଠିତ ହେବ ସେନେଇ ବ୍ୟାପକ ଆଲୋଚନା ହୋଇଛି ।