ପୁଣି ଅଡୁଆରେ ବିଧାୟକ ପ୍ରଭାତ ବିଶ୍ୱାଳ ! ସିସୋର୍ ଚାର୍ଜସିଟରେ ବିଧାୟକ ଓ ପତ୍ନୀ

33

କନକ ବ୍ୟୁରୋ :  ସିବିଆଇ ଦାଖଲ କରିଛି ସିସୋର ଚିଟଫଣ୍ଡ ଠକେଇ ମାମଲାର ଦ୍ୱିତୀୟ ଚାର୍ଜସିଟ୍ । ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ, ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାଶିନି ବିଶ୍ୱାଳ, ଅବସରପ୍ରାପ୍ତ ଓଏଏସ୍ ଅଫିସର ପ୍ରଦୀପ ହୋତା, ପତ୍ନୀ ପ୍ରତିମା ହୋତା ଓ ସିସୋର ଚିଟଫଣ୍ଡ ଖଳନାୟକ ପ୍ରଶାନ୍ତ ଦାଶଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ପ୍ରଶାନ୍ତ ଦାଶ, ପ୍ରଭାତ ଓ ତାଙ୍କ ପତ୍ନୀଙ୍କ ଭିତରେ ଜମି କିଣାବିକା କାରବାରରେ ମୋଟ୍ ୨୫ ଲକ୍ଷର ଘୋଟାଲା କଥା ଉଲ୍ଲେଖ କରିଛି ସିବିଆଇ । ବିଧାୟକ, ସିସୋର ସଂସ୍ଥାକୁ ସୁରକ୍ଷା ଯୋଗାଇ ଦେବା ସହ, ଅନୁକମ୍ପା ଦେଖାଇଥିଲେ । ଏପରିକି ବ୍ୟାବସାୟ ପାଇଁ ବାଟ କଢାଇଥିବା ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଥିବା ସୂତ୍ରରୁ ଜଣା ପଡିଛି ।

ସେହିପରି ଆପିକଲର ସିଏମଡି ଥିବାବେଳେ ଓଏଏସ୍ ଅଫିସର ପ୍ରଦୀପ ହୋତା ସିସୋର ଭଳି ଏକ ଠକ ସଂସ୍ଥାକୁ ଅନୁକମ୍ପା ଦେଖାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । ସିସୋର କୃଷି ପ୍ରକଳ୍ପକୁ ଅନୁକମ୍ପା ଦେଖାଇ ଉଭୟ ପ୍ରଦୀପ ହୋତା ଓ ତାଙ୍କ ପତ୍ନୀ ପାଖାପାଖି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଥିବା ଅଭିଯୋଗ ଥିଲା ।

ସିସୋର ଭଳି ଏକ ଠକ ସଂସ୍ଥାରୁ ଲାଭବାନ ହୋଇଥିବା ଅଭିଯୋଗରେ ସିବିଆଇ ବିଧାୟକଙ୍କୁ ହାତକଡି ପିନ୍ଧାଇଥିଲା । ଆଉ ଏବେ ଚାର୍ଜସିଟ, ବିଧାୟକଙ୍କ ଜାମିନ ପାଇବା ଦିଗରେ ବଡ ପ୍ରତିବନ୍ଧକ ହେବା ସହ ତାଙ୍କ ପତ୍ନୀଙ୍କ ପାଇଁ ଅଡୁଆ ବଢାଇଛି ।