କେମିତି ହୋଇଥିଲା ସୋଆ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ସିଲେକ୍ସନ !

25

କନକ ବ୍ୟୁରୋ : କିଛି ମାସ ତଳେ ସୋଆ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ସିଲେକ୍ସନ ହୋଇଥିଲା । ଏଥିପାଇଁ ବାହାର ରାଜ୍ୟର ଏକ କନସଲଟାନସି କମ୍ପାନୀଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ସଂପୃକ୍ତ କନସଲଟାନସି ସଂସ୍ଥା ଆସି ଛାତ୍ରଛାତ୍ରୀଙ୍କ ଇଂଟରଭ୍ୟୁ କରିଥିଲା ।

ଚୟନ ହୋଇଥବା ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ କନସଲଟାନସି ସଂସ୍ଥା ପକ୍ଷରୁ ଅଫର ଲେଟର ବି ଦିଆଯାଇଥିଲା । କିନ୍ତୁ ପରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଅଫର ଲେଟର ନକଲି ବୋଲି ଜଣାପଡିଥିଲା । ଏବେ ଛାତ୍ରଛାତ୍ରୀ ନିରାଶ ହେବା ପରେ ସୋଆ ବିଶ୍ୱବିଦ୍ୟାଳୟ ଉକ୍ତ ଛାତ୍ରଛାତ୍ରୀଙ୍କୁ ଲୋଭନୀୟ ଅଫର ଦେଇ ଭୁଲାଇବା ପାଇଁ ଚେଷ୍ଟା କରୁଛନ୍ତି ।