କମାଲ କରୁଛି ଆଟିଫିସିଆଲ ଇଣ୍ଟେଲିଜେନ୍ସି: ଚାଟ୍-ଜିପିଟି ବ୍ୟବହାର କରି ଟଙ୍କା ଫେରି ପାଇଲେ କାଲିପଣ୍ଣିଆର ‘ଡୁ-ନଟ୍ ପେ’ କମ୍ପାନୀ ସିଇଓ

154

କନକ ବ୍ୟୁରୋ: ଘରେ ବସିବେ ଓ ଆପଣଙ୍କ ପାଖକୁ ଆସିବ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏକଥା ସତ ପ୍ରମାଣିତ ହୋଇସାରିଛି । ଏହି କଳ୍ପନାକୁ ସତ କରି ଦେଖେଇଛି ଆଟିଫିସିଆଲ ଇଂଟେଲେଜନସି ଆପ୍ଲିକେସନ ଚାଟ୍ଜିପିଟି । ‘ଡୁନଟ୍ ପେ’ କମ୍ପାନୀର ସିଇଓ ଜୋସୁଆ ବ୍ରାଉଡର ଏନେଇ ନିଜର ଅନୁଭୁତିକୁ ସୋସିଆଲ ମିଡିଆରେ ବଖାଣିଛନ୍ତି । ଚାଟଜିପିଟିରେ ସେ ପରୀକ୍ଷାମୂଳକଭାବେ ତାଙ୍କ କିଛି ଟଙ୍କା ରୋଜଗାରରେ ସାହାଯ୍ୟ କରିବା ପାଇଁ ପ୍ରଶ୍ନ କରିଥିଲେ ଏବଂ କିଛିମିିନିଟ ମଧ୍ୟରେ ଚାଟଜିପିଟିର ଚାଟବର୍ଟ ତାଙ୍କୁ କାଲିଫଣ୍ଣ୍ରିଆ ସରକାରଙ୍କ ପାଖରେ ଥିବା ତାଙ୍କର ୨୧୦ ଆମେରିକୀୟ ଡଲାର ବିଷୟରେ ସୂଚନା ଦେଇଥିଲା । ଏହି ଟଙ୍କା ସେ ସରକାରଠାରୁ ପାଇବାକୁ ଥିଲେ ମଧ୍ୟ କୌଣସି କାରଣରୁ ସେ ଦାବି କରିନଥିଲେ । ଏପରିକି ଏହି ବାବଦରେ ମଧ୍ୟ ସେ ସମୁର୍ଣ୍ଣ ଅଜ୍ଞ ଥିଲେ । ସବୁଠୁ ରୋଚକ କଥା ହେଉଛି ଯେ ଏହି ଟଙ୍କା ସେ ସରକାରଙ୍କଠୁ କିଭଳି ପାଇପାରିବେ ସେକଥା ମଧ୍ୟ ଚାଟବଟ ସୂଚନା ଦେଇଥିଲା । ଏହା ପରେ ସେ ଚାଟଜିପିଟି ଦେଇଥିବା ସୂଚନା ଆଧାରରେ ୨୦୯.୬୭ ୟୁଏସ ଡଲାର ପାଇଥଲେ । ଯାହା ଭାରତୀୟ ମୁଦ୍ରା ଅନୁଯାୟୀ ପାଖାପାଖି ୧୭ହଜାର ବୋଲି ଜଣାପଡିଛି ।