ମାଲକାନଗିରି ଲୋକଙ୍କ ପାଇଁ ଛତିଶଗଡ ଓ ତେଲେଙ୍ଗାନା ଯିବାକୁ ଖୋଲିଲା ସହଜ ବାଟ ! ଶାବେରୀ ନଦୀ ପୋଲ ଉଦଘାଟନ କଲେ ରମଣ ସିଂହ

30

କନକ ବ୍ୟୁରୋ : ଓଡିଶାର ମାଲକାନଗିରି ସୀମାନ୍ତରେ ଛତିଶଗଡ ସରକାର ନିର୍ମାଣ କରୁଛି ପୋଲ୍ । ଏହି ପୋଲର ଉଦ୍ଦଘାଟନ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । କୁହାଯାଉଛି ଏହି ପୋଲ ଦ୍ୱାରା ମାଲକାନଗିରିବାସୀ ବେଶ୍ ସୁବିଧାରେ ପଡୋଶୀ ଛତିଶଗଡ ଓ ତେଲେଙ୍ଗାନା ଯାଇ ପାରିବେ । ହେଲେ ଏହି ପୋଲ ଯେ ଓଡିଶା ରାଜନୀତିକୁ ପ୍ରଭାବିତ କରିବ ସେ ନେଇ ଗଣନା ଆରମ୍ଭ ହୋଇଛି ପଂଚାୟତ ନିର୍ବାଚନରୁ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏହି ପୋଲ ନିର୍ମାଣ ଦ୍ୱାରା ମାଲକାନଗିରିବାସୀ ବେଶ ସୁବିଧାରେ ପଡୋଶୀ ଛତିଶଗଡ ଓ ତେଲେଙ୍ଗାନା ଯାଇ ପାରିବେ । ହାଇଦ୍ରାବାଦ, ବିଜୟୱାଡା ଓ ଭଦ୍ରାଚଳମ ପାଇଁ ଏବେ ସହଜରେ ବାଟ ଖୋଲିଗଲା । କିନ୍ତୁ ଏହାର ରାଜନୈତିକ ଦିଗଟି ହେଉଛି ଏହା ଓଡ଼ିଶା ସରକାର ନୁହେଁ ଛତିଶଗଡ ସରକାର ନିର୍ମାଣ କରୁଛନ୍ତି । ଗତ ପଂଚାୟତ ନିର୍ବାଚନରେ ଛତିଶଗଡ ଓ ଝାଡଖଣ୍ଡ ସୀମାନ୍ତବର୍ତି ଜିଲ୍ଲା ଗୁଡିକରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଥିଲା । କୁହାଗଲା, ଛତିଶଗଡ ଓ ଝାଡଖଣ୍ଡର ବିଜେପି କର୍ମୀମାନେ ଓଡ଼ିଶା ବିଜେପି ପାଇଁ କାମ କଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-