ଘରୋଇ ବସକୁ ପରିବହନ ବିଭାଗର ବଡ ଫାଇନ୍ । ବସ ଉପରେ ୩ଲକ୍ଷ ୭୦ହଜାର ଟଙ୍କାର ଫାଇନ୍

242

କନକ ବ୍ୟୁରୋ : ବାହାଘର ବରଯାତ୍ରୀ ଯାଇ ଫେରୁଥିବା ବେଳେ ଯାଂଚ ସମୟରେ ଧରାପଡ଼ିଲା ବରଗଡ଼ର ଏକ ଘରୋଇ ବସ୍ । ୩ ଲକ୍ଷ ୭୦ ହଜାର ଟଙ୍କାର ଚାଲାଣ କାଟିଲେ ପରିବହନ ବିଭାଗ । ସୂଚନା ଅନୁସାରେ ସୁନ୍ଦରଗଡ଼ ପରିବହନ ବିଭାଗ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ କରୁଥିଲେ । ରାତି ପ୍ରାୟ ୧୧ଟା ସମୟରେ ଦେବଗଡ଼ରୁ ଛତିଶଗଡ଼ କୁର୍ଡେଗକୁ ବରଯାତ୍ରୀ ନେଇ ଫେରୁଥିବା ବେଳେ ଏକ ଘରୋଇ ବସକୁ ଅଟକାଇଥିଲେ ପରିବହନ ବିଭାଗ ଇନ୍ସପେକ୍ଟର । ବସର ଇନସ୍ୟୁରାନ୍ସ, ଫିଟନେସ୍, ପଲ୍ୟୁସନ୍ ଓ ଟ୍ୟାକ୍ସ କାଗଜପତ୍ର ନଥିବା ବେଳେ ଗାଡ଼ିଟି ଅଫ୍-ରୋଡ୍ ଥିଲା । ଯେଉଁଥିପାଇଁ ବସ୍ ଉପରେ ୩ଲକ୍ଷ ୭୦ହଜାର ୧୭୨ ଟଙ୍କା ଫାଇନ୍ ଲଗାଯାଇଛି ।