ଦେଶରେ ପୁଣି ବଢ଼ିଲା କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ୨ହଜାର ୫୨୭ ନୂଆ ଆକ୍ରାନ୍ତ ଚିହ୍ନଟ

119

କନକ ବ୍ୟୁରୋ : ଦେଶରେ ପୁଣି ବଢ଼ିଲା କରୋନା ଗ୍ରାଫ୍ । ଲଗାତର ଚତୁର୍ଥ ଦିନ ପାଇଁ ଦେଶରେ ୨ହଜାର କରୋନା ସଂକ୍ରମିତ ଚିହ୍ନଟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ହଜାର ୫୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୭୯ରେ ପହଞ୍ଚି ଯାଇଛି ।

ଦେଶରେ ଦୈନିକ ସଂକ୍ରମଣ ହାର ଶୂନ ପ୍ରତିଶତ ୫୬ ରହିଛି । ସେହିପରି କରୋନା କାରଣରୁ ଗତ ୨୪ ଘଂଟାରେ ଦେଶରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶୁକ୍ରବାର ଦେଶରେ ୨ହଜାର ୪୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଓଡ଼ିଶାରେ ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।