ଜୟପୁରରୁ ଉମରକୋଟ ଯାଉଥିବାବେଳେ କୋରାପୁଟ ଘାଟିରେ ଓଲଟିଲା ବସ୍ ! ୫ ଆହତ

32

କନକ ବ୍ୟୁରୋ : ପୁଣି ଘାଟିରେ ଓଲଟିଲା ବସ୍ । ଜୟପୁରରୁ ଉମରକୋଟ ଯାଉଥିବା ସମୟରେ କୋରାପୁଟ ଘାଟିରେ ଓଲଟି ପଡିଛି ସରକାରୀ ଯାତ୍ରୀବାହି ବସ୍ । ବ୍ରେକ ଫେଲ ଯୋଗୁଁ ବସଟି ଓଲଟି ପଡିଥିବା ଜଣାପଡିଛି । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି ।