ବ୍ରହ୍ମପୁର ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି । ଏପ୍ରିଲ ୪ ତାରିଖରୁ ଯାତ୍ରା ଆରମ୍ଭ

120

କନକ ବ୍ୟୁରୋ: ବ୍ରହ୍ମପୁରର ପ୍ରସିଦ୍ଧ ମା ସାଆନ୍ତାଣୀ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ପାଇଁ ସ୍ଥାପିତ ହେଲା ଶୁଭ ଖୁଣ୍ଟିି । ଯାତ୍ରା ସମୟର ଶୁଭ ତାରିଖ ମଧ୍ୟ ଘୋଷଣା ହୋଇଛି । ଏପ୍ରିଲ ୪ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୧ ତାରିଖରେ ସରିବ ମାଙ୍କ ଯାତ୍ରା । ଏପ୍ରିଲ ୪ ତାରିଖରେ ମାଆ ସାଆନ୍ତାଣୀ ବାପା ଘରକୁ ଆଗମନ କରିବେ ଏବଂ ମେ ୧ ତାରିଖରେ ବାପା ଘରୁ ବିଦାୟ ନେବେ ।

ଚଳିତବର୍ଷ ଦୀର୍ଘ ୨୮ ଦିନ ଧରି ଚାଲିବ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ସର୍ବସଧାରଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ପାଇଁ ଶୁଭ ସମୟ ନେଇ ଦିନ ଧାର୍ଯ୍ୟ କରିଥିଲେ ସିଦ୍ଧାନ୍ତଗୁରୁ । ଏହାପରେ ଏକ ବିରାଟ ପଟୁଆରା ମା ବୁଢୀ ଠାକୁରାଣୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇଥିବା ବେଳେ ବାଜା-ନାଚ ଗୀତର ତାଳେ ତାଳେ ଦୁଲୁକି ଉଠିଥିଲା ରେଶମ ସହର ବ୍ରହ୍ମପୁର ।