ପଶ୍ଚିମବଙ୍ଗରୁ ଯବାନଙ୍କୁ ଉଠାଇ ଆଣିଲା ଓଡ଼ିଶା ପୁଲିସ : ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଗିରଫ

30

କନକ ବ୍ୟୁରୋ :  ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ବି.ଏସ.ଏଫ ଯବାନ ଗିରଫ । ଯବାନ ଜଣକ ୪୩ ବାଟାଲିଆନର ସୁରେଶ କୁମାର । ଗତ ୨୦୧୨ ମସିହାରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିଲେ ସୁରେଶ । ଏହି ସମୟରେ ଚିତ୍ରକୋଣ୍ଡା ଅଂଚଳର ଜଣେ ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା । ଏପରିିକି ତାଙ୍କୁ ନେଇ ହରିଆଣାର ସୋନିପଥ ସ୍ଥିତ ଏକ ଭଡା ଘରେ ରଖିଥିଲେ । ପରେ ଗୋଟିଏ ଝିଅ ଜନ୍ମ ହବା ପରେ ସୁରେଶ, ଯୁବତୀଙ୍କୁ ଛାଡି ଚାଲି ଯାଇଥିଲେ ।

ଯୁବତୀ ଜଣକ ମାଲକାନଗିରି ଫେରି ଆସିଥିଲେ । ଏନେଇ ଗତବର୍ଷ ଫେବୃଆରିରେ ଚିତ୍ରକୋଣ୍ଡା ଥାନାରେ ଏତଲା ଦେଇଥିଲେ ପୀଡିତା । ଏନେଇ ପୁଲିସ ତଦନ୍ତ କରିବା ପରେ ବିଏସଏଫ କନେଷ୍ଟବଳ ଜଣକ ବିବାହିତ ବୋଲି ଜଣାପଡିଥିଲା । ମାଲକାନଗିରି ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ପଶ୍ଚିମବଙ୍ଗଳାର ମୁର୍ଶିଦାବାଦଠାରୁ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।