ଓଡ଼ିଶାରୁ ବାହାରିଲା ବ୍ରେନ୍ ମ୍ୟାଲେରିଆ ଔଷଧ। ଆଇଏଲ୍ଏସ୍ ବରିଷ୍ଠ ବୈଜ୍ଞାନିକ ଅରୁଣ ନାଗରାଜ ଓ ତାଙ୍କ ଟିମଙ୍କ ଉଦ୍ଭାବନ ।

125

କନକ ବ୍ୟୁରୋ: ମଶା, ମଣିଷର କିଭଳି ଅବସ୍ଥା କରିପାରେ, ଆପଣ ଚର୍ଚ୍ଚିତ ଫିଲ୍ମ ଦମନରେ ଦେଖିଥିବେ । ଲୋକଙ୍କୁ ରୋଗ ମୁକ୍ତ ରଖିବା ପାଇଁ ଜଣେ ଡାକ୍ତର କରିଥିବା ସଂଘର୍ଷକୁ ବି ବୁଝିଥିବେ । ଫିଲ୍ମର କାହାଣୀ ଭଳି ବାସ୍ତବ ଦୁନିଆରେ ବି ରୋଗର ମୁକାବିଲା ପାଇଁ ଏକ ଚମକ୍ରାର କରି ଦେଖାଇଛନ୍ତି ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକ ଅରୁଣ ନାଗରାଜ ଏବଂ ତାଙ୍କ ଟିମ୍ । ବ୍ରେନ୍ ମେଲେରିଆ ବା ମସ୍ତିଷ୍କ ଜ୍ୱର ପାଇଁ ଓଡ଼ିଶାରୁ ବାହାରିଛି ଔଷଧ । ଏହି ଔଷଧକୁ ଜୀବଜନ୍ତୁଙ୍କ ଉପରେ ପରୀକ୍ଷଣ କରାଯାଇଛି । ଯାହା ଶତପ୍ରତିଶତ ସଫଳ ହୋଇଛି । ଖୁବ୍ ଶୀଘ୍ର ଏହାକୁ ମାନବ ପରୀକ୍ଷଣ କରାଯିବ ।

ଗର୍ଭବତୀ ଓ ୫ ବର୍ଷରୁ କମ୍ ଶିଶୁମାନେ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ । ଏଭଳି ସ୍ଥିତିରେ
ଏହି ଔଷଧ ମ୍ୟାଲେରିଆ ଓ ବ୍ରେନ୍ ମ୍ୟାଲେରିଆ ରୋଗୀଙ୍କ ପାଇଁ ବରଦାନ ହେବ । ଓଡ଼ିଶା ଭଳି ମ୍ୟାଲେରିଆ ପ୍ରବଣ ରାଜ୍ୟରେ ମହୌଷଧି ଭଳିି କାମ କରିବ । ୨୦୨୧ରେ ସାରାଦୁନିଆରେ ୨୪୭ ନିୟୁତ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ୬ ଲକ୍ଷ ୧୯ ହଜାର ଲୋକ ମ୍ୟାଲେରିଆରେ ମୃତ୍ୟୁବରଣ ହୋଇଥିଲା ।

ବଡ଼ କଥା ହେଉଛି, କେବଳ ମ୍ୟାଲେରିଆ ନୁହେଁ, ଆଇଏଲସ’ର ବୈଜ୍ଞାନିକମାନେ ଜନଜାତିଙ୍କୁ ହେଉଥିବା ରୋଗର ଚିହ୍ନଟ ଏବଂ ନିରାକରଣ ଉପରେ ମଧ୍ୟ ଗବେଷଣା ଜାରି ରଖିଛନ୍ତି ।